ପଶ୍ଚିମବଙ୍ଗର ଜଲପାଇଗୁଡି ଶିଲିଗୁଡିରେ ଦୁର୍ଘଟଣା, ୭ମୃତ

ନନ୍ଦିଘୋଷ ବ୍ୟୁରୋ: ବୋଲବମ ହେଲା ଶେଷଯାତ୍ରା । ଶିବଙ୍କୁ ଜଳଲାଗି କରିବା ପାଇଁ ଯାଉଥିବାବେଳେ ରାସ୍ତାରୁ ନେଇଗଲା ଯମ । ପଶ୍ଚିମବଙ୍ଗର ଜଲପାଇଗୁଡି ଶିଲିଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା । କାଉଡିଆ ଶିବ ମନ୍ଦିରରେ ପାଣି ଢାଳିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଟ୍ରକରେ ଚାପି ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । କାଉଡିଆ ଚାଲି ଚାଲି ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୬ ଜଣ ମୃତ ହୋଇଛି। ଆହତ ସମସ୍ତଙ୍କୁ ନିକଟରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଚାଳକ ଫେରାର ଅଛନ୍ତି ।