ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର: ସଂସ୍କୃତି, ପରମ୍ପରା, ଲୋକକଳା ଓ ପର୍ଯ୍ୟଟନର ବାର୍ତ୍ତା ବହନ କରୁଥିବା ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟା ବେଳେ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଜାତୀୟ ସ୍ତରୀୟ ହର୍ବାଲ୍ ମେଳା, ପଲ୍ଲିଶ୍ରୀ ମେଳାକୁ ମଧ୍ୟ ଉଦଘାଟନ କରିଛନ୍ତି ।

ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦଘାଟନ କରିଛନ୍ତି । କଳା ଓ ସଂସ୍କୃତିରେ ଭରପୁର ଗଂଜାମ ଜିଲ୍ଲାକୁ ଆହୁରି ସମୃଦ୍ଧ କରିବାକୁ ସମସ୍ତ ପ୍ରକାର କାର୍ଯ୍ୟ ହାତକୁ ନେବାପାଇଁ ପ୍ରତିଶୃତି ଦେଇଛନ୍ତି । ପର୍ଯ୍ୟଟନ ଓ ବେଳାଭୂମିର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଜାତୀୟ ସ୍ତରୀୟ ହର୍ବାଲ ମେଳା ଆଉ ପଲ୍ଲୀଶ୍ରୀ ମେଳାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସହ ମହିଳା ସକ୍ତିକରଣର ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ଷ୍ଟଲ୍ ଗୁଡିକ ବୁଲି ଦେଖିଥିଲେ। ଏଥିସହ ମୋ ଗେଲ୍ଲା ଝିଅ ଓ ନିର୍ଭୟା ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ଶିଶୁମାନଙ୍କୁ ଉପହାର ଦେବା ସହ ମହିଳାଙ୍କୁ ପୁରଷ୍କୃତ କରିଥିଲେ।

ଗୋପାଳପୁର ବେଳାଭୂମିର ଆଜି ପ୍ରଥମ ଦିନରେ ଗଂଜାମର ବିଭିନ୍ନ ଲୋକକଳା ଓ ନୃତ୍ୟର ଆସର ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ବେଳାଭୂମି ମହୋତ୍ସବକୁ ଉପଭୋଗ କରିବା ପାଇଁ ଗଂଜାମ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷ ଲକ୍ଷ ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଛି । ଆଜିର ସଂଧ୍ୟାରେ ମୁଖ୍ୟ ଆକର୍ଷଣ ବଲିଉଡର ପ୍ରଖ୍ୟାତ ଗାୟକ ସୋନୁ ନିଗମ ଆସୁଛନ୍ତି ଦର୍ଶକଙ୍କ ମନୋରଂଜନ ପାଇଁ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଓଡ଼ିଶୀ ଓ ମଡର୍ଣ୍ଣ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ କଳା ଓ ନୃତ୍ୟ ପରିବେଷଣ କରିବାର ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ ଓ ମହୋତ୍ସବ କମିଟିର ଆୟୋଜକ।

ଗଂଜାମ ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ଆଜିର ଏହି ଉଦ୍ଘାଟନ ମହୋତ୍ସବରେ ଯୋଗଦାନ ଦେଇଥିଲେ। ପ୍ରବଳ ଜନା ସମାଗମକୁ ଦୃଷ୍ଟିରେ ରଖି ପୋଲସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ଏବଂ ବେଳାଭୂମି ଠାରୁ ବ୍ରହ୍ମପୁର ବାଇପାସ୍ ପର୍ଯ୍ୟନ୍ତ ପ୍ରାୟ ୩୦ପ୍ଲାଟୁନ ଫୋର୍ସ ମୁତୟନ କରିବା ସହ ସିସି ଟିଭି କ୍ୟାମେରା ଦ୍ୱାରା ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି ।

Leave a Reply