ଦର୍ପଦଳନ ରଥ ମୁଖ୍ଯ ବିଶ୍ବକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପରଲୋକ

1 min read

ପୁରୀ: ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ବକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପରଲୋକ । ମାର୍କେଣ୍ଡେଶ୍ବର ସାହି ନିଜସ୍ୱ ବାସଭବନରେ ହୃଦଘାତରେ କୃଷ୍ଣଚନ୍ଦ୍ରଙ୍କ ଦେହାନ୍ତ ଘଟିଛି । ଘରେ ଶୌଚ ହେବା ସମୟରେ ହୃଦଘାତ ହୋଇଥିଲା l ପରଲୋକ ସମୟରେ ତାଙ୍କର ବୟସ ୮୫ ବର୍ଷ ହୋଇଥିଲା । ସେ ପିଲାଟି ବେଳରୁ ରଥ ନିର୍ମାଣ କରୁଥିଲେ । ଚଳିତ ରଥଯାତ୍ରା ସମୟରେ ମଧ୍ୟ ପ୍ରତିଦିନ ରଥଖଳାକୁ ଯାଇ ଦର୍ପଦଳନ ରଥ ନିର୍ମାଣ ଦେଖୁଥିଲେ ।

ସେ ତାଙ୍କ ଜୀବନ କାଳରେ ୭୦ରୁ ଊର୍ଦ୍ଧ୍ବ ରଥ ନିର୍ମାଣ କରିଛନ୍ତି । ପ୍ରାୟ ୫ଟି ନବକଳେବର ସମ୍ପନ୍ନ କରିଛନ୍ତି । ଗତ ନବକଳେବର ସମୟରେ ଚାଲି ଚାଲି କାକଟପୁରର ଦେଉଳିମଠ ଯାଇଥିଲେ । ବୟସର ସାୟହ୍ନରେ ମଧ୍ୟ ସେ ଯୁବକ ଭଳି କାମ କରୁଥିଲେ ।