ଆଜି ଆସିବ ରିଜର୍ଭ ବ୍ଯାଙ୍କର ମୁଦ୍ରାନୀତି

1 min read

ନୂଆଦିଲ୍ଲୀ : ବିଶ୍ବ ମାନ୍ଦାବସ୍ଥା ସହ ଭାରତୀୟ ଷ୍ଟକ ମାର୍କେଟର ବ୍ଲଡବାଥ୍ ମଧ୍ଯରେ ଆଜି ଘୋଷିତ ହେବ ମୁଦ୍ରାନୀତି। ଗତ ୫ ତାରିଖ ଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିଥିଲା ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ । ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି ବୈଠକରେ କରାଯାଇଥିଲା ସମୀକ୍ଷା । ୨୦୨୪-୨୫ରେ ତୃତୀୟ ଥର ଲାଗି ଏହି ବୈଠକ ବସିଥିବାବେଳେ ଆରବିଆଇର ଆର୍ଥିକ ନୀତି ସମ୍ପର୍କରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରିବେ ଘୋଷଣା ।

ଶକ୍ତିକାନ୍ତଙ୍କ ଅଧ୍ଯକ୍ଷତାରେ ଏମପିସିର ୬ ଜଣ ସଦସ୍ଯ ବୈଠକରେ ଯୋଗଦେଇଥିଲେ । ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ଆଠ ଥର ଧରି ରେପୋରେଟେ ଅପରିବର୍ତ୍ତିତ ରହିଆସିଛି । ନବମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରହିବ ବୋଲି ଆଶା କରିଛନ୍ତି ଅର୍ଥନୀତିଜ୍ଞ । ମୁଦ୍ରାସ୍ଫୀତି, ଖାଦ୍ଯପଦାର୍ଥ ଦରବୃଦ୍ଧି ଆଦିକୁ ବିଚାରକୁ ନେଇ ପଦକ୍ଷେପ ନେଇପାରନ୍ତି ରିଜର୍ଭ ବ୍ଯାଙ୍କ । ବର୍ତ୍ତମାନ କେନ୍ଦ୍ର ସରକାର ଭାରତର ମୁଦ୍ରାସ୍ଫୀତି ଲକ୍ଷ୍ଯ ୪ ପ୍ରତିଶତ ଧାର୍ଯ୍ୟ କରିଛନ୍ତି । ଗତ ଜୁନରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୫ପ୍ରତିଶତ ରହିଥିଲା । ..