ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା,ଭାରତରେ ଭୁଷୁଡ଼ିଲା ସେୟାର ବଜାର

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥାର ପଦଧ୍ୱନୀର ସିଧା ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡ଼ିଛି । ସପ୍ତାହର ପ୍ରଥମ ଦିନ ଭାରତୀୟ ସେୟାର ବଜାର ପାଇଁ ବ୍ଲାକ୍ ମଣ୍ଡେ ସାବ୍ୟସ୍ତ ହୋଇଛି । ବଜାର ଖୋଲିବା ସହିତ ସେୟାର ବଜାର ତାସ ପତା ଭଳି ଭୁଷୁଡ଼ି ପଡିତଲିା । ସେନସେକ୍ସ ଓ ନିଫ୍ଟି ସୂଚକାଙ୍କରେ ବ୍ୟାପକ ହ୍ରାସ ସହିତ ବଜାର ଖୋଲିଥିଲା । ସେନସେକ୍ସରେ ୧୫ଶହ ପଏଣ୍ଟ ଓ ନିଫ୍ଟିରେ ୫ଶହ ପଏଣ୍ଟ୍ ହ୍ରାସ ଆସିଥିଲା । ବଜାର ଖୋଲିବାର ମାତ୍ର କେଇ ମିନିଟ ମଧ୍ୟରେ କେବଳ ବମ୍ବେ ଷ୍ଟକ୍ ଏକ୍ସଚେଂଜରେ ସୂଚୀବଧ କମ୍ପାନୀଙ୍କ ମାର୍କେଟ୍ କ୍ୟାପରେ ୯ଲକ୍ଷ ୫୨ ହଜାର କୋଟି ଟଙ୍କା ହ୍ରାସ ହୋଇଥିଲା । ଅର୍ଥାତ ଏହି ସମୟରେ ବଜାରରେ ନିବେଶକାରୀ ୯ ଲକ୍ଷ କୋଟିରୁ ଅଧିକ ହରାଇଛନ୍ତି ।

ଖୋଲିଲା,ପଡ଼ିଲା
ସୋମବାର ବଜାର ଖୋଲିବା ସହିତ ଭୟଙ୍କର ହ୍ରାସ ପରିଲକ୍ଷିତ ହୋଇଥିଲା । BSEର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସୋମବାର ଦିନ ନିଜ ଗତ ବନ୍ଦ ତୁଳନାରେ ୧୨ଶହ କମ ଅଙ୍କ ସହ ଖୋଲିଥିଲା । ବିଏସଇ ୭୯,୭୦୦.୭୭ରେ ଖୋଲିଥିବା ବେଳେ ନିଫ୍ଟି-ଫିଫ୍ଟି ୪୨୪ ଅଙ୍କ କମରେ ଖୋଲିଥିଲା । ଏହାପୂର୍ବରୁ ଶୁକ୍ରବାର ଦିନ ଭାରତୀୟ ସେୟାର ବଜାରରେ ସୁନାମୀ ଆସିଥିଲା । ଶୁକ୍ରବାର ଦିନ ସେନସେକ୍ସ ୮୮୫ ଅଙ୍କ ହ୍ରାସ ପାଇଁ ୮୦ ହଜାର ୯୮୧.୯୫ରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି-୫୦ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ନିଫ୍ଟି ମଧ୍ୟ ୨୯୩ ଅଙ୍କ ହ୍ରାସ ସହିତ ୨୪ ହଜାର ୭୧୭.୭୦ରେ ବନ୍ଦ ହୋଇଥିଲା ।
ଆମେରିକା ବଜାରରେ ମାନ୍ଦାବସ୍ଥା,ଭାରତରେ ସୁନାମୀ
ସେୟାର ବଜାରରେ ଏଭଳି ସୁନାମୀ ଆସିବା ପଛରେ ଆମେରିକାର ମ୍ୟାନୁଫେକ୍ଚରିଂ ପିଏମଆଇ ଡାଟାରେ ଆସିଥିବା ହ୍ରାସକୁ ଦାୟୀ କରାଯାଉଛି । ଆମେରିକାରେ ଆଗରୁ ଆର୍ଥିକ ମାନ୍ଦାବସ୍ଥା ଆସୁଥିବାର ଆଶଙ୍କା କରାଯାଉଛି । ସେଠାରେ ବେକାରୀ ସଂଖ୍ୟାରେ ରେକର୍ଡ୍ ବୃଦ୍ଧି ହୋଇଛିସା । ଆଇଟି ସେକ୍ଟରରେ ଛଟେଇ ଘୋଷଣା ପରେ ସଂକଟ ଆହୁରି ଗଭିର ହୋଇଛି । ଯାହାର ପ୍ରଭାବ ଭାରତୀୟ ବଜାରରେ ସୋମବାର ଦିନ ଦେଖିବାକୁ ମିଳିଛି ।

ଯୁଦ୍ଧ ଆଉ ଗୋଟିଏ କାରଣ
ଏହା ସହିତ ବ୍ୟାଙ୍କ ଅଫ୍ ଜାପାନ ସୁଧହାରରେ ବୃଦ୍ଧି କରିବା କାରଣରୁ ଜାପାନର ସେୟାର ବଜାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଯାହାର ପ୍ରଭାବ ଭାରତ ସମେତ ବାକି ଏସୀୟ ବଜାର ଉପରେ ଦେଖିବାକୁ ମିଳିଛି । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟ ସ୍ଥିତିକୁ ଅଧିକ ଜଟିଳ କରିଛି । ସମ୍ଭାବ୍ୟ ଯୁଦ୍ଧର ପ୍ରଭାବ ଯୋଗୁ ମଧ୍ୟ ବଜାରରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି ବୋଲି କୁହାଯାଉଛି ।

ନିବେଶକ ହରାଇଲେ ୯.,୫୨ ଲକ୍ଷ କୋଟି ଟଙ୍କା
ବଜାରରେ ଆସିଥିବା ଏହି ବ୍ୟାପକ ହ୍ରାସ ପାଇଁ କେବଳ ବିଏସଇରେ ସୂଚୀବଧ କମ୍ପାନୀଙ୍କ ମାର୍କେଟ୍ କ୍ୟାପରେ ୯ ଲକ୍ଷ ୫୨ ହଜାର କୋଟି ଟଙ୍କା ହ୍ରାସ ହୋଇଛି । ୨ ଅଗଷ୍ଟରେ ବିଏସଇରେ ସୂଚୀବଧ କମ୍ପାନୀଙ୍କ ମୋଟ ମାର୍କେଟ୍ କ୍ୟାପ୍ ୪ ଲକ୍ଷ ୪୭ ହଜାର ୬୯୨ କୋଟି ଟଙ୍କା ଥିଲା । ବଜାର ଖୋଲିବା ସହିତ ଏହା ୪,୪୭,୬୪,୬୯୨ କୋଟି ଟଙ୍କାକୁ ଆସିଥିଲା । ଯାହାର ଅର୍ଥ ହେଉଛି ନିବେଶକ ୯ ଲକ୍ଷ ୫୨ ହଜାର ୨୫୩ କୋଟି ଟଙ୍କା ହରାଇଛନ୍ତି ।