ଆଜି ଚିତାଲାଗି ଅମାବାସ୍ଯା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗିହେବ ରତ୍ନ ଚିତା

ପୁରୀ : ଆଜି ଚିତାଲାଗି ଅମାବାସ୍ଯା । ଶ୍ରୀମନ୍ଦିରରେ ପାଳିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଶ୍ରାବଣ କୃଷ୍ଣ ଅମାବାସ୍ଯା ତିଥିରେ ଶ୍ରୀବିଗ୍ରହଙ୍କୁ ଲାଗିହେବ ରତ୍ନ ଚିତା । ଶ୍ରୀଜଗନ୍ନାଥଙ୍କୁ ହୀରା, ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ମାଣିକ୍ଯ ଚିତା ଲାଗି କରାଯିବ । ରଥଯାତ୍ରା ସମୟରେ ରତ୍ନଚିତା ଓଲାଗି କରାଯାଇ ସୋଲ ଚିତା ଧାରଣ କରି ଘୋଷଯାତ୍ରାରେ ଯାଇଥିଲେ ଶ୍ରୀଜୀଉ । ଘୋଷଯାତ୍ରା ସରିଥିବାରୁ ଆଜି ସୋଲ ଚିତା ବଦଳରେ ରତ୍ନ ଚିତା ଲାଗି କରିବେ ଶ୍ରୀବିଗ୍ରହ । ଅପରାହ୍ଣରେ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ଯା ୬ ଟା ଯାଏଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।