ଅଲିମ୍ପିକ୍ସ ପଦକ ଜିତିଲେ ମିଳେ କେତେ ଟଙ୍କା ? ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକରେ ନଜର ରଖିଛି ସମଗ୍ର ବିଶ୍ବ  । ଖେଳ ମହାକୁମ୍ଭରେ ଭାଗ ନେଇଛନ୍ତି ବିଶ୍ବର ବଡ ବଡ ଆଥଲେଟ  । ସମସ୍ତ ଖେଳାଳୀଙ୍କ ନଜର ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବାରେ ରହିଛି  । ଭାରତ ବର୍ତ୍ତମାନ ସୁଦ୍ଧା ଅଲମ୍ପିକରେ ତିନୋଟି ମେଡାଲ ଜିତି ସାରିଛି  । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଯେ ଅଲମ୍ପିକରେ ପଦକ ଜିତିଲେ କେତେ ଟଙ୍କା ପୁରସ୍କାର ରାଶି ମିଳିଥାଏ ?

ଅଲମ୍ପିକରେ ମେଡାଲ ଜିତିଥିବା ଆଥଲେଟଙ୍କୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ କୌଣସି ନଗଦ ରାଶି ଦେଇନତାନ୍ତି  । ସେହିପରି ଭାରତୀୟ ଅଲମ୍ପିକ ସଂଘ ବି ନିଜ ଖେଳାଳୀଙ୍କୁ ଅଲମ୍ପିକ ପଦକ ଜିତିଲେ ପୁରସ୍କାରରେ ଅର୍ଥ ପ୍ରଦାନ କରିନଥାଏ  ।

ଅଲମ୍ପିକରେ ମେଡାଲ ଜିତିଥିବା ଖେଳାଳୀଙ୍କ ପାଇଁ ଭାରତ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି  । ସ୍ବର୍ଣ୍ଣ ପଦକ ଜିତୁଥିବା ଖେଳାଳୀଙ୍କୁ ସରକାର ୭୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି  । ରୌପ୍ୟ ପଦକ ଜିତିଥିବା ଖେଳାଳୀଙ୍କୁ ୫୦ ଲକ୍ଷ ଓ ଦେଶ ପାଇଁ କାଂସ୍ୟ ପଦକ ଜିତିଥିବା ଖେଳାଳୀଙ୍କୁ ୩୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି  । ଏହା ଛଡା ରାଜ୍ୟ ସରକାର ନିଜ ଖେଳାଳୀଙ୍କ ପାଇଁ ଅଲଗା ପୁରସ୍କାର ରାଶି ଘୋଷଣା କରିଥାନ୍ତି  ।