spot_img

Latest Posts

ଚିତ୍ରୋତ୍ପଳା ସେତୁରୁ ନଦୀକୁ ଡେଇଁଲେ ଯୁବକ, ଏଯାଏଁ ମିଳିନି ପତ୍ତା

ପାଟକୁରା: କେନ୍ଦ୍ରାପଡା ତେଣ୍ଡାକୁଡ଼ା-ନରେନ୍ଦ୍ରପୁର ନିକଟ ଚିତ୍ରୋତ୍ପଳା ସେତୁ ଉପରରୁ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରେମ ବ୍ୟାପାରରୁ ନଦୀକୁ ଡେଇଁପଡ଼ିଲେ ଯୁବକ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଯୁବକ ହେଲେ ମହମ୍ମଦପୁର ଗାଁର ୩୪ ବର୍ଷୀୟ ନୀଳମଣି ପାତ୍ର।

ସ୍ଥାନୀୟ ଅଞ୍ଚଳର ଜୈନିକ ମହିଳାଙ୍କୁ ୧୫ ବର୍ଷ ଧରି ପ୍ରେମ କରି ଆସୁଥିଲେ । ନୀଳମଣି ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଗତକାଲି ରାତିରେ ପୁରୀରୁ ଘରକୁ ଆସିଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ଚିତ୍ରୋତ୍ପଳା ନଦୀ ଆରପାରି ନରେନ୍ଦ୍ରପୁର ବଜାରକୁ ଯାଇଥିଲେ । ସେଠାରେ ନରେନ୍ଦ୍ରପୁର ସେତୁ ଉପରେ ନିଜର ଚପଲ ରଖି ନଦୀକୁ ହଠାତ୍ ଡେଇଁ ପଡ଼ିଥିଲେ ଯୁବକ।

ଜଣେ ବାଟୋଇ ଏହା ଦେଖି ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କୋରୁଆ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପ୍ରାୟ ୭ରୁ୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ନୀଳମଣିଙ୍କ ଏଯାଏଁ କୌଣସି ପତ୍ତା ମିଳି ପାରିନାହିଁ ।

Latest Posts

Don't Miss