କ୍ଯାପନେଟ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

1 min read

କଲମ୍ବୋ: ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । କ୍ଯାପନେଟ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସିରିଜରେ ମୋଟ ୩ଟି ଦିନିକିଆ ରହିଥିବାବେଳେ ଆଜି ପ୍ରଥମ ମ୍ଯାଚ ଅପରାହ୍ନ ସାଢେ ଦୁଇଟାରେ ଖେଳାଯିବ । ସିରିଜର ସମସ୍ତ ମ୍ଯାଚ ରଣସିଂଘେ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଦଳରେ ସ୍ଥାନ ପାଇଛନ୍ତି ବିରାଟ, ରାହୁଲ, ଶ୍ରେୟସ୍, କୁଲଦୀପଙ୍କ ଭଳି ଅନୁଭବୀ ଖେଳାଳି ।

୩ ମ୍ଯାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ କ୍ଲିନ ସୁଇପ କଲାପରେ ଏବେ ଦିନିକିଆ ଉପରେ ସମସ୍ତଙ୍କର ନଜର ରହିଛି । ଆଜି ପ୍ରଥମ ମ୍ଯାଚରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଥିବାରୁ ଲକ୍ଷ ରଖିଛି ଭାରତ । ଏହି ପିଚ୍ ସ୍ପିନରଙ୍କୁ ଅଧିକ ସୁହାଉଥିବାରୁ ଭାରତ ଫାଇଦାରେ ରହିବା ଆଶା କରାଯାଉଛି । କାରଣ କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟସ ସୁନ୍ଦର ରିୟାନ ପରାଗକୁ ନେଇ ଭାରତର ସ୍ପିନର ବାହିନୀ ସୁଦୃଢ ରହିଛି ।

ତେବେ ବୁମରାହ, ପାଣ୍ଡ୍ୟାଙ୍କ ଭଳି ଦ୍ରୁତ ବୋଲରଙ୍କ ଅନୁପସ୍ଥିତି ଅନୁଭବ କରିପାରେ ଭାରତ ଟି-ଟ୍ବେଣ୍ଟି ସମସ୍ତ ମ୍ଯାଚକୁ ଜିତି ଭାରତର ମନୋବଳ ଦୃଢ ରହିଛି । ଶ୍ରୀଲଙ୍କା ମଧ୍ଯ ଭାରତକୁ ଜବାବ ଦେବାକୁ ପ୍ରସ୍ତୁତି କରିଛି । ତ୍ରୁଟି ସୁଧାରି କିଭଳି ଭାରତକୁ ମୁକାବିଲା କରିହେବ ସେନେଇ ରଣନୀତି ପ୍ରସ୍ତୁତ କରିଛି ଘରୋଇ ଦଳ ।