୫ ହଜାର ଟଙ୍କାରେ ଅଢେଇ ବର୍ଷର ପୁଅକୁ ବିକ୍ରି କରିଦେଲା ବାପା

ନିଆଳୀ: ନିଜ ମାଆର ଶୁଦ୍ଧିକ୍ରିଆ କରିବାକୁ ଜନ୍ମକଲା ପୁଅକୁ ବିକିଦେଲା ବାପା । ୫ ହଜାର ଟଙ୍କାରେ ଅଢେଇ ବର୍ଷର ପୁଅକୁ ବାପା ବିକ୍ରି କରିଦେଇଛି । କଟକ ଜିଲ୍ଲା ନିଆଳିରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଅନୁସାରେ ନିଆଳି ମୁଣ୍ଡସାହୀରେ ରହୁଥିବା ସୁକାନ୍ତ ସିଂଙ୍କର ଅଢେଇ ବର୍ଷର ପୁଅ ରହିଥିଲା ।

ଦୁଇବର୍ଷ ପୂର୍ବେ ପିଲାଟିର ମାଆଙ୍କର ମୃତ୍ଯୁ ହୋଇଥିଲା । କିଛିଦିନ ତଳେ ସୁକାନ୍ତଙ୍କର ମାଆଙ୍କର ମୃତ୍ଯୁ ହୋଇଥିଲା । ତାଙ୍କ ଶୁଦ୍ଧିକ୍ରିୟା କରିବାକୁ ସୁକାନ୍ତ ନିଜ ପୁଅକୁ ୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ସ୍ବୀକାର କରିଛନ୍ତି ବାପା ସୁକାନ୍ତ ସିଂ । ମାତ୍ର ଏନେଇ ନିଆଳି ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

ସୁକାନ୍ତଙ୍କ ପ୍ରକୃତଘର ବାଲେଶ୍ବରରେ ହୋଇଥିବାବେଳେ ୩ ବର୍ଷ ହେଲା ସେ ନିଆଳିରେ ରହୁଥିଲେ । ତାଙ୍କର ମୋଟ ୬ଟି ସନ୍ତାନ ରହିଥିଲେ । ସେମାନଙ୍କ ମଧ୍ଯରୁ ଅଢେଇ ବର୍ଷର ଶିଶୁଟିକୁ ସେ ବିକ୍ରି କରିଦେଇଥିବା ଜଣାପଡ଼ିଛି ।