କେରଳ ୱାୟନାଡରେ ହାହାକାର, ଧ୍ବଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ

ନନ୍ଦିଘୋଷ ବ୍ୟୁରୋ: କେରଳ ୱାୟନାଡରେ ହାହାକାର। ଧ୍ବଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ। ମୃତ୍ଯୁ ସଂଖ୍ଯା ଟପିଛି ୨୭୦। ଏବେ ବି ମାଟିତଳେ ଆହୁରି ଅନେକ ଶବ ପୋତି ରହିଥିବା ଆଶଙ୍କା କରାଯାଉଛି। ଶତାଧିକ ନିଖୋଜଙ୍କ ସନ୍ଧାନରେ ନିୟୋଜିତ ତିନିବାହିନୀ ଓ ଏନଡିଆରଏଫ ଯବାନ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ୱାୟନାଡର ମୁନ୍ଦାକାଇ, ଚୋରଲମାଲା, ଅଟ୍ଟମାଲା ଓ ନୁଲପୁଝା ଗ୍ରାମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପଟେ ପ୍ରିୟଜନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର। ହଜାର ହଜାର ଲୋକ ହୋଇପଡିଛନ୍ତି ବେସାହାରା। ବିପନ୍ନଙ୍କ ଲାଗି ବଢିଛି ସହାୟତାର ହାତ। ସେପଟେ ୱାୟନାଡ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି।