spot_img

Latest Posts

ଆସନ୍ତା ୨୭ରେ ବସିବ ନିତି ଆୟୋଗ ବୈଠକ; ଯୋଗଦେବେନି ଇଣ୍ଡିଆ ମେଣ୍ଟ ସଦସ୍ଯ ସରକାର

ନୂଆଦିଲ୍ଲୀ: ନିତି ଆୟୋଗ ବୈଠକରେ ଯୋଗଦେବେନି ତେଲଙ୍ଗାନା, ପଞ୍ଜାବ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ. ତାମିଲନାଡୁ, ଝାଡଖଣ୍ଡ, କେରଳ ଆଦି ରାଜ୍ଯର ସରକାର। କେନ୍ଦ୍ର ବଜେଟରେ ବ୍ଯାପକ ପାତର ଅନ୍ତର ହୋଇଥିବା ଅଭିଯୋଗ କରି ଇଣ୍ଡିଆମେଣ୍ଟ ପକ୍ଷରୁ ହୋଇଛି ନିଷ୍ପତ୍ତି। ପୂର୍ବରୁ ତେଲଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଧାନସଭାରେ କହିଥିଲେ- ଆସନ୍ତା ୨୭ରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ସେ ଯୋଗ ଦେବେ ନାହିଁ। କେତେକ ରାଜ୍ଯକୁ କେନ୍ଦ୍ର ସରକାର ବଜେଟରେ ଗେହ୍ଲାପୁଅ କରିଥିବାବେଳେ ଅନେକ ରାଜ୍ଯକୁ ସାବତ ପୁଅ କରିଛନ୍ତି। କେନ୍ଦ୍ର ବଜେଟରେ ଅନେକ ରାଜ୍ଯକୁ ପାତରଅନ୍ତର ବି କରିବା ଅଭିଯୋଗରେ ନିତି ଆୟୋଗ ବୈଠକରେ ପଞ୍ଜାବ, କର୍ଣ୍ଣାଟକ ଓ ପଞ୍ଜାବ ଆଦି ରାଜ୍ଯ ପ୍ରତିନିଧିତ୍ବ କରିବେ ନାହିଁ ବୋଲି କହିଛନ୍ତି।

ରେବନ୍ତ କହିଛନ୍ତି- ତେଲଙ୍ଗାନା ପ୍ରତି କେନ୍ଦ୍ର ସରକାର ଅବିଚାର କରିଛନ୍ତି। ପ୍ରତିବାଦରେ ଦିଲ୍ଲୀ ଯନ୍ତରମନ୍ତରରେ ବିକ୍ଷୋଭ କରାଯିବ। ତେଲଙ୍ଗାନା ପ୍ରତି ଅବିଚାର ବିରୋଧରେ ଭାରତ ରାଷ୍ଟ୍ର ସମିତି ନୀରବ ରହିବା ଦୁର୍ଭାଗ୍ଯଜନକ ବୋଲି ରେବନ୍ତ କହିଛନ୍ତି। ସେପଟେ ବୈଠକରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବା ସମ୍ଭାବନା ରହିଛି।

Latest Posts

Don't Miss