ରାଜଧାନୀରେ ନକଲି ସସ୍ କାରଖାନା ଠାବ

ନନ୍ଦିଘୋଷ ବ୍ୟୁରୋ: ନକଲି ଟମାଟୋ ସସ ଫ୍ୟାକ୍ଟ୍ରିରେ ବଡ଼ ଧରଣର ରେଡ଼ । ରେଡ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ । ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ ଚଢ଼ାଉ କରିଛି ସ୍ପେଶାଲ ସ୍କ୍ୱାଡ । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ, ରଙ୍ଗ, କଞ୍ଚାମାଲ ଜବତ କରାଯାଇଛି । ସସ ତିଆରି ହେଉଥିବା କିଛି ମେସିନ ମଧ୍ୟ ଜବତ କରାଯାଇଛି । ନାଳ ପାଣିରେ ତିଆରି ହେଉଥିଲା ସସ । ଯାହାକୁ ଖାଇ ମାରାତ୍ମକ ରୋଗର ଶିକାର ହେଉଥିଲେ ଲୋକେ । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ଆଜି ସ୍କ୍ୱାଡ ପକ୍ଷରୁ ଚଢ଼ାଉ କରାଯାଇଛି । ମୁଖ୍ୟ କାର୍ପଟଦାରକୁ କାବୁ କରି ଅଧିକ ପଚରାଉଚରା କରୁଛି ପୋଲିସ । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେପଟେ ଏତେ ଦିନ ଧରି ଏହି ଜାଗାରେ ନକଲି ଫ୍ୟାକ୍ଟ୍ରି ଚାଲୁଥିବା ବେଳେ ସ୍ଥାନୀୟ ପୋଲିସ କିଭଳି ଖବର ପାଉନଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।