ସୁନାରୂପାରେ ଆମଦାନୀ ଶୁଳ୍କ କମିବା ପରେ ଜାଣନ୍ତୁ କେତେ ହେବ ଦର ?

ନୂଆଦିଲ୍ଲୀ: ଶସ୍ତା ହେଲା ସୁନାରୂପା ଓ ପ୍ଲାଟିନମ ଗହଣା । ସୁନାରୂପାରେ କଷ୍ଟମ ଡ୍ୟୁଟି ୧୫ ପ୍ରତିଶତ ହଟାଇ ୬ ପ୍ରତିଶତ ଓ ପ୍ଲାଟିନମ କଷ୍ଟମ ଡ୍ୟୁଟି ୧୫.୪ ପ୍ରତିଶତରୁ ହଟାଇ ୬.୪ ପ୍ରତିଶତକୁ ଖସାଇ ଦିଆଯାଇଛି  । ସରକାରଙ୍କ ଏହି ଘୋଷଣା ପରେ ସୁନା ରୁପା ଓ ପ୍ଲାଟିନମ ଗହଣା ଦର ଖୁବଶୀଘ୍ର ଶସ୍ତା ହେବ  ।

 ସୁନା ମୁଦ୍ରାରେ କଷ୍ଟମ ଡ୍ୟୁଟି ଅର୍ଥାତ ଆମଦାନୀ ଶୁଳ୍କ ୧୫ ପ୍ରତିଶତରୁ ହଟାଇ ୬ ପ୍ରତିଶତ କରାଯାଇଛି  । ସେହିପରି ସୁନା ଇଟାର ଆମଦାନୀ ଶୁଳ୍କ ୧୪.୩୫ ପ୍ରତିଶତରୁ ହଟାଇ ୫.୩୫ ପ୍ରତିଶତ କରାଯାଇଛି  । ସମାନ ଢଙ୍ଗରେ ଚାନ୍ଦିର ମଧ୍ୟ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି  ।

ସାଧାରଣ ଭାଷାରେ କହିବାକୁ ଗଲେ ଯଦି ଆପଣ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ୬୭ ହଜାର ୫୧୦ ଟଙ୍କାରେ କିଣୁଛନ୍ତି ଏଥିରେ ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ଅର୍ଥାତ ୧୦ ହଜାର ୧୨୬ ଟଙ୍କାର ଆମଦାନୀ ଶୁଳ୍କ ଯୋଡି ହୋଇଥିଲା  । ଏଣୁ ଆମଦାନୀ ଶୁଳ୍କ ୬ ପ୍ରତିଶତ ହଟାଇବା ପରେ ଏବେ ଏହି ସୁନା ୬୨ ହଜାର ଟଙ୍କାରେ ମିଳିବ  । ଅର୍ଥାତ ବଜେଟରେ ସୁନାର ଆମଦାନୀ ଶୁଳ୍କ ହ୍ରାସ ପରେ ୧୦ ଗ୍ରାମ ସୁନା ଗହଣା ପାଖାପାଖି ୫ ହଜାର ଟଙ୍କା ଶସ୍ତା ହୋଇଛି  ।