ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ସର୍ବଦଳୀୟ ବୈଠକ ସହ ବିଧାନସଭା ଅଧିବେଶନରେ ନିୟମିତ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ।

ମୋହନଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳଠାରୁ ଗଠନମୂଳକ ସହଯୋଗ କାମନା କରିଥିଲେ ମୋହନ । ଏହାସହ ବିକଶିତ ଓଡ଼ିଶା ଗଠନରେ ବିରୋଧୀଙ୍କ ସକ୍ରିୟ ସହଯୋଗ ନେଇ ଆଲୋଚନା କରିଥିଲେ । ଓଡ଼ିଆବାସୀଙ୍କ ସ୍ୱାର୍ଥରେ, ସବୁ ବର୍ଗ ଓ ମତ ସହ ସମନ୍ବୟ ରଖି ଓଡ଼ିଶାବାସୀଙ୍କ ସେବା କରିବାକୁ ସରକାର ପ୍ରତିବଦ୍ଧ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।