ତିନି ରଥରେ ଗଜପତି ମହାରାଜଙ୍କ ଛେରାପହଁରା

ପୁରୀ: ଶରଥାବାଲିରେ ପହଣ୍ଡି ସାରି ରଥାରୂଢ଼ ତିନି ଠାକରୁ । ନୀତିକାନ୍ତି ସାରିବା ପରେ ଗଜପତି ମହାରାଜ ଛେରାପହଁରା କରିଛନ୍ତି । ତିନିଠାକୁର ରଥାରୂଢ଼ ହେବା ପରେ ଶ୍ରୀନଅରରୁ ମହାପ୍ରଭୁଙ୍କ ପ୍ରଥମ ସେବକ ପାଟପଟୁଆରରେ ଆସି ଛେରାପହଁରା କରିଛନ୍ତି ।

ଗଜପତି ମହାରାଜ ପହଞ୍ଚିବା ପରେ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ଯାଇଥିଲେ । ସେଠାରେ ନୀତିକାନ୍ତି ସାରିବା ପରେ ତାଳଧ୍ବଜ ରଥରେ ଛେରାପହଁରା କରିଥିଲେ । ଏହାପରେ ଗଜପତି ମହାରାଜ ନନ୍ଦିଘୋଷ ରଥକୁ ଯାଇ ମହାପ୍ରଭୁଙ୍କୁ ପଣତି ଜଣାଇବା ସହ ତାଙ୍କ ନୀତିକାନ୍ତି କରିଥିଲେ । ଶେଷରେ ଛେରାପହଁରା କରି ଦେବୀ ସୁଭଦ୍ରାଙ୍କ ରଥରେ ପହଞ୍ଚି ଥିଲେ । ସେଠାରେ ଛେରାପହଁରା କରିବା ପରେ ଗଜପତି ମହାରାଜ ଶ୍ରୀନଅରକୁ ଫେରି ଯାଇଥିଲେ । ଏହାପରେ ତିନି ଠାକୁରଙ୍କ ରଥଟଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ।