ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି । ଗଛରେ ରଶି ଲଗାଇ ଦୁର୍ଯ୍ୟୋଧନ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି ।  ଦୁର୍ଯ୍ଯୋଧନ ୨୦୦୨ ବ୍ୟାଚର ସିପାହୀ ଥିଲେ । କାହିଁକି ଓ କେଉଁ ପରିସ୍ଥିତିରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ ପୋଲିସ ତଦନ୍ତ କରୁଛି । ପାରିବାରିକ କନ୍ଦଳ ଓ କିଛି ବକେୟା ଟଙ୍କା ପାଇଁ ଦୁର୍ଯ୍ଯୋଧନ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମୈତ୍ରୀବିହାର ଥାନା ପୋଲିସ ପହଞ୍ଚି ପଚରାଉଚରା କରିଛି । ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ଯୁର ଅସଲ କାରଣ ଜଣାପଡ଼ିବ ।