ତାପଙ୍ଗ ଖଣି ପୋଖରୀରେ ବୁଡି ଛାତ୍ର ନିଖୋଜ ଘଟଣା; ଗଭୀର ପାଣିରେ ଖୋଜୁଛି ରୋବଟ୍

ଭୁବନେଶ୍ୱର : ଖୋର୍ଦ୍ଧା ସଦର ଥାନା ତାପଙ୍ଗ ନିକଟ ଗଭୀର ଖଣି ପୋଖରୀରେ ବୁଡି ଛାତ୍ର ନିଖୋଜ ଘଟଣା। ଘଟଣାକୁ ଚାରି ଦିନ ହୋଇଥିଲେ ସୁଦ୍ଧା ବୁଡି ଯାଇଥିବା ଛାତ୍ରର ଏଯାଏଁ ପତ୍ତା ମିଳୁନାହିଁ। ନିଖୋଜ ଛାତ୍ରକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ସର୍ଚ୍ଚ ଅପରେସନ ରେ ସାମିଲ ହେଲେ ଏନ୍ ଡି ଆର ଏଫ୍ ଟିମ୍ । ସର୍ଚ୍ଚ ଅପରେସନରେ ଅଗ୍ନିଶମ ବାହିନୀ, ନାଭାଲ ଟିମ୍, ଓଡ୍ରାଫ୍ଟ ଟିମ୍ ସମେତ ରାଉରକେଲା ଏନ୍ଆଇଟି ଟିମ୍ ଲାଗିଛନ୍ତି।

ଉଦ୍ଧାର ପାଇଁ ସମସ୍ତ ବୈଷୟିକ ଜ୍ଞାନ କୌଶଳକୁ ଲଗାଯାଇଛି। ଉନ୍ନତ ମାନର କ୍ୟାମେରା, ରୋବଟର ସହାୟତା ବି ନିଆଯାଇଛି। ରୋବୋର୍ଟ ୩୦୦ ଫୁଟ ଗଭୀର ଜଳରାଶିରେ ସର୍ଚ୍ଚ ଅପରେସନ କରୁଛି। ସବୁ ଟିମ୍ ମିଶାଇ ଏକ୍ସପର୍ଟ ବୁଡାଳୀଙ୍କ ସହ ପ୍ରାୟ ୫୦ଜଣ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ୮୦ଘଣ୍ଟା ବିତିଲା। ତଥାପି ଛାତ୍ର ଓମ୍ ପ୍ରକାଶ ରଥର ପତା ମିଳୁନି। ଏହି ଖଣିର ଗଭୀର ପ୍ରାୟ ୩୦୦ଫୁଟ ହେବ। ଏବେ ବି ସର୍ଚ୍ଚ ଅପରେସନ ଚାଲୁ ରହିଛି । ସମସ୍ତ ଙ୍କ ପାଇଁ ନିଖୋଜ ଛାତ୍ର ଓମ୍ କୁ ଉଦ୍ଧାର କରିବା ଏକ ପ୍ରକାର ଚାଲେଞ୍ଜ ହୋଇପଡିଛି।