ବ୍ଯବସାୟିକ ବିବାଦରୁ ବୀଭତ୍ସ ହତ୍ଯା, ହୋଟେଲ ମାଲିକଙ୍କୁ ତଣ୍ଟି କାଟି ମାରିଦେଲେ ଦୁର୍ବୃତ୍ତ

ବରଗଡ: ବ୍ଯବସାୟିକ ବିବାଦରୁ ବୀଭତ୍ସ ହତ୍ଯା । ହୋଟେଲ ମାଲିକଙ୍କୁ ତଣ୍ଟି କାଟି ମାରିଦେଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁରେ ଘଟିଛି ନିର୍ମମ ହତ୍ଯାକାଣ୍ଡ । ମୃତକ ହେଲେ ପିଙ୍କୁ ସାହୁ । ଗତକାଲି ରାତି ୯ଟା ସମୟରେ ପିଙ୍କୁକୁ ମରଣାନ୍ତକ ଆକ୍ରମଣ କରି ଚାଷ ଜମିରେ ଅଭିଯୁକ୍ତମାନେ ଫିଙ୍ଗିଦେଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ଅନୁସାରେ ମୃତ ପିଙ୍କୁ ନୂଆପଡ଼ା ତହସିଲ ଅଫିସ ସମ୍ମୁଖରେ ଏକ ହୋଟେଲ କରିଥିଲେ । ବ୍ଯବସାୟିକ ବିବାଦକୁ ନେଇ ଗତକାଲି ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ପିଙ୍କୁଙ୍କ ତଣ୍ଟି ଶହ ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଛି । ଏଣୁ ତଣ୍ଟିକାଟି ତାଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଶବ ବ୍ଯବଚ୍ଛେଦ କରି ତଦନ୍ତ ଜାରି ରଖିଛି ।