କଳକୀ ଦେଖିଲା ଭଳି ’ଦିମାଗ’ ଓଡ଼ିଆ-ବିହାର ଦର୍ଶକଙ୍କର ନାହିଁ
2 min readନନ୍ଦିଘୋଷ ବ୍ୟୁରୋ: ବିହାର ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନୁହେଁ ’କଳକୀ’ ସିନେମା । ଏହା ପାଶ୍ଚାତ୍ୟ ଦେଶ ହୋଇଥିବାବେଳେ ବିହାର ଏବଂ ଓଡ଼ିଶାର ଲୋକେ ଏହାକୁ ବୁଝି ପାରିବେ ନାହିଁ । ନିଜର ୟୁଟ୍ୟୁବ ଚ୍ୟାନେଲରେ ’କଳକୀ’ ୨୮୯୮ ସିନେମାର ରିଭ୍ୟୁ ଦେବାକୁ ଯାଇ ଏଭଳି କହିଛନ୍ତି ଜଣାଶୁଣା ଅଭିନେତା ମୁକେଶ ଖାନ୍ନା । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ ହେବାରେ ଲାଗିଛନ୍ତି । ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟ କରିବା ସହ ଟ୍ରୋଲ ମଧ୍ୟ କରୁଛନ୍ତି । ଯେଉଁ ବୌଦ୍ଧିକସ୍ତରରେ ଏହି ଫିଲ୍ମଟି ନିର୍ମାଣ କରାଯାଇଛି ଏହାକୁ ଓଡ଼ିଶା ଏବଂ ବିହାରର ଦର୍ଶକମାନେ ବୁଝି ପାରିବେ ନାହିଁ । ଏହା ହଲିଉଡ ପାଇଁ ଉପଯୁକ୍ତ । କାହିଁକି ନାଁ ସେମାନଙ୍କର ବୁଝିବାର ଶକ୍ତି ଅଧିକ ରହିଥାଏ । ତାଙ୍କର ଅପମାନଜନକ ମନ୍ତବ୍ୟ ପାଇଁ ୟୁଜର୍ସମାନେ କମେଣ୍ଟ କରିଥିବାବେଳେ ଓଡ଼ିଆ ଲୋକେ ମଧ୍ୟ ନିନ୍ଦା କରିଛନ୍ତି । କହି ରଖୁଛୁ କି, ମହାଭାରତରେ ଅଭିନୟ କରିବା ସହ ଶକ୍ତିମାନରେ ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ମହଲରେ ଢ଼େର ପ୍ରଶଂସା ଆଦରିଥିବା ମୁକେଶ ଖାନ୍ନାଙ୍କ ଏଭଳି ଟିପ୍ପଣୀକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ବେଶ ନିନ୍ଦା କରାଯାଉଛି ।
Mukesh Khanna thinks Kalki is only for the intellectual types who binge on Hollywood movies, not for the masses in places like Odisha and Bihar.
"The film's level of intellect suits Hollywood. People there are smarter than us. Forgive me, but audiences in Odisha and Bihar won't… pic.twitter.com/RDdUEqI4bi
— mimicracy (@mimicracyy) July 5, 2024
So according to Mukesh Khanna, the people of the state that gave birth to Pathani Samanta and Aaryabhatta aren't smart enough to understand Kalki 2898 AD.
What a shame that understanding a film is a benchmark of one's intelligence. pic.twitter.com/ogmJ65bMGN
— Tushar ॐ♫₹ (@Tushar_KN) July 6, 2024