ବଡଦାଣ୍ଡରେ ରିକ୍ସାରେ ବୁଲୁଛନ୍ତି ଶିବ ପାର୍ବତୀ, ଗନ୍ଧର୍ବ ନୃତ୍ୟ ଦେଖିବାକୁ ଭିଡ

ପୁରୀ: ବଡ଼ଦାଣ୍ଡରେ ରିକ୍ସାରେ ବୁଲୁଛନ୍ତି ଶିବ ଓ ପାର୍ବତୀ । ହାତରେ ରହିଛି ତ୍ରିଶୂଳ ଓ ଡମ୍ବୁରୁ । ଏକ କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଛି ରଥ ଦାଣ୍ଡରେ ।ରିକ୍ସାରେ ବୁଲି ବୁଲି ଆଶୀର୍ବାଦ ଦେଉଛନ୍ତି କଟକରୁ ଆସିଥିବା ଯୁବକ ଜଣକ।

ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଦେଖିବାକୁ ସାରା ବିଶ୍ବରୁ ଭକ୍ତଙ୍କ ସୁଅ ଛୁଟି ଥିବାବେଲେ ଶିବ ପାର୍ବତୀଙ୍କ ବେଶରେ ଥିବା ଏହି ଦୁଇ ଜଣକ ପାଖରେ ଜମୁଛି ଭିଡ। ଶିବ ପାର୍ବତୀଙ୍କ ସହିତ ଟିକେ ସେଲ୍ଫି ନେବା ପାଇଁ ଲାଗିଛି ପ୍ରତିଯୋଗିତା।

ସେହିପରି ଦୀର୍ଘ ୩୦ ବର୍ଷ ଧରି ମହାପ୍ରଭୁଙ୍କ ସମ୍ମୁଖରେ ଗନ୍ଧର୍ବ ନୃତ୍ୟ ପରିବେଷଣ କରୁଛନ୍ତି ପୁରୀ ନାୟକପାଟଣା ଅଞ୍ଚଳର ଯୁବକ । ପ୍ରତିବର୍ଷ ରଥଯାତ୍ରା କୁ ସେ ଚାହିଁ ରହିଥାଆନ୍ତି। କେବେ ହେବ ରଥଯାତ୍ରା ଆଉ ତାଙ୍କୁ ସେ ସୁଯୋଗ ମିଳିବ। କୋଟି ବ୍ରହ୍ମାଣ୍ଡର ଠାକୁର କାଳିଆ ସାଆନ୍ତଙ୍କ ସମ୍ମୁଖରେ ଗନ୍ଧର୍ବ ନୃତ୍ୟ ପରିବେଷଣ କରିବେ। ତାଙ୍କର କହିବା କଥା ଏହି ଗନ୍ଧର୍ବ ନୃତ୍ୟକୁ ଲୋକେ ଭୁଲି ଗଲେଣି। ଧୀରେ ଧୀରେ ଏହା ଲୋପ ବି ପାଇ ଯାଉଛି ହେଲେ ସେ କିନ୍ତୁ ଏହାକୁ ଆଜି ବଞ୍ଚାଇ ରଖିଛନ୍ତି । ଆଉ କାଳିଆ ଠାକୁରଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରି ବେଶ ଖୁସି ଅଛନ୍ତି।