spot_img

Latest Posts

ବଡଦାଣ୍ଡରେ କଡନ୍‌ ଭିତରେ ନ ନାଚି ଦୁଃଖ ପ୍ରକାଶ କଲେ ହନୁମାନ ବେଶଧାରୀ

ପୁରୀ: ଝାଞ୍ଜ ମୂର୍ଦଙ୍ଗରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ଧାମ। ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟି ଥିବା ବେଳେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ହନୁମାନ। ଦୁଇ ହନୁମାନ ଜୟ ଶ୍ରୀରାମ ଧ୍ବନିରେ ନିଜକୁ ହଜାଇ ଦେଇଛନ୍ତି  । ସାଲେପୁର ଅଞ୍ଚଳରୁ ଆସିଥିବା ଦୁଇ ହନୁମାନ ବେଶଧାରୀ ଯୁବକ ପୁରୀ ବଡଦାଣ୍ଡରେ ପହଞ୍ଚିଛନ୍ତି ।

କଡନ ଭିତରେ ଏଥର ନୃତ୍ୟ ନ କରିବା ଫଳରେ ହନୁମାନଙ୍କୁ ଗଭୀର ଆଘାତ ଲାଗିଛି । ଭାରି ମନ ଦୁଃଖ ହେଉଛି ସବୁ ବର୍ଷ କାଳିଆ ସାଆନ୍ତ ପାଖରେ ଆମେ ହନୁମାନ ବେଶରେ ନୃତ୍ୟ କରୁ ଏଥର କଣ ହୋଇଛି କେଜାଣି ହଟିଆ ଠାକୁର କଣ ହଟ କରିଛନ୍ତି, ଯେ ପ୍ରଶାସନ କଡନ ଭିତରକୁ କାହାକୁ ପୁରାଇ ଦେଉନାହି ।

ଆମେ ଚାହିଁଛୁ ଶ୍ରୀ ନଅର ଭିତରୁ କେତେବେଳେ ସେ ବାହାରିବେ, କେତେବେଳେ ତାଙ୍କ ଚକା ନୟନ ଆମ ଉପରେ ପଡ଼ିବ। ଏମିତି ଭାବବିହ୍ବଳ କଣ୍ଠରେ ସାଲେପୁରରୁ ଆସିଥିବା ହନୁମାନ ବେଶ ଧାରୀ ଦୁଇ ବନ୍ଧୁ କହିଛନ୍ତି। ସେମାନେ ୧୦ ବର୍ଷରୁ ଅଧିକ ହେବ ହନୁମାନ ବେଶରେ ପୁରୀ କୁ ଧାଇଁ ଆସନ୍ତି ଆଉ ନୃତ୍ୟ ପରିବେଷଣ କରନ୍ତି।

Latest Posts

Don't Miss