spot_img

Latest Posts

ବଡ଼ଦାଣ୍ଡରେ ଶୋଇ ସଖାର ଝଲକ ଦେଖିବାକୁ ଶ୍ରୀମନ୍ଦିରକୁ ଚାହିଁ ରହିଛନ୍ତି ଭକ୍ତ ସୁଦାମା

ପୁରୀ: ଶ୍ରୀକ୍ଷେତ୍ର ଧାମରେ ଭକ୍ତ ସୁଦାମା। ବଡ଼ଦାଣ୍ଡରେ ତଳେ ଶୋଇ ନିଜ ସଖାର ଟିକେ ଝଲକ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଚାହିଁ ରହିଛନ୍ତି। ଖାଲି ପାଦରେ ଚାଲି ଚାଲି ଅଣ୍ଟାରେ ଖୁଦ ମୁଠି ନେଇ କାହିଁ କେତେ ଦୂର ନିଜ ସଖା କୃଷ୍ଣ ଙ୍କୁ ଭେଟିବା ପାଇଁ ଧାଇଁ ଆସିଛନ୍ତି।

ଆଖିରେ ଭରି ରହିଛି ଭାବର ଅଶ୍ରୁ ଛାତିରେ ରହିଛି ଅନେକ କୋହ। ଆଜିର ସମୟରେ ଏ ସୁଦାମା ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ପ୍ରଫୁଲ୍ଲ। ଦୀର୍ଘ ୭ ବର୍ଷ ଧରି ସେ ସୁଦାମା ବେଶରେ ରଥଯାତ୍ରାରେ ଆସନ୍ତି କାଳିଆ ଠାକୁରଙ୍କ ପାଖକୁ। ଆଜିର ସମୟରେ ଏଭଳି ଭାବ ଏମିତି ଭଲ ପାଇବା ଦେଖି ଅନ୍ୟ ଶ୍ରଦ୍ଧାଳୁ ବି ସୁଦାମାଙ୍କ ରୂପ ପ୍ରଫୁଲ୍ଲଙ୍କ ଆଶୀର୍ବାଦ ଭିକ୍ଷା କରୁଥିବାର ନଜର ଆସୁଛି।

Latest Posts

Don't Miss