ପୁରୀରେ ଚଳିତବର୍ଷ ସର୍ବାଧିକ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ

1 min read

ପୁରୀ: ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଚଳିତବର୍ଷ ସର୍ବାଧିକ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସମ୍ପୂର୍ଣ୍ଣ ପୁରୀ ସହରକୁ ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ରଖାଯାଇଛି  ।

ବମ୍ ସ୍କ୍ୱାଡ, ଡଗ୍ ସ୍କ୍ୱାଡ ସହ ସିସିଟିଭି ସର୍ଭେଲାନ୍ସରେ ରହିଛି ସମସ୍ତ କ୍ଷେତ୍ର । ଟ୍ରାଫିକ ପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ ପ୍ରସ୍ତୁତ ହୋଇଛି । ସେହିପରି ସନ୍ଧ୍ୟା ଦର୍ଶନ ବାହୁଡା଼, ସୁନାବେଶ ଏବଂ ଅନ୍ୟ ଦିନରେ ଭିଡ଼କୁ ଦେଖି ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ୧୮ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଦୁଇଚକିଆ ଗାଡ଼ି ପାର୍କିଂ ପାଇଁ ୬ ଟି ପାର୍କିଂସ୍ଥଳ ହୋଇଥିବାବେଳେ ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ୪ଶହ ଜଣ ଅଫିସର ମୁତୟନ ହୋଇଛନ୍ତି । ସମୁଦ୍ର ସ୍ନାନ ସମୟରେ ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଯବସ୍ଥା କରାଯାଇଛି l

ରଥଯାତ୍ରା ସମୟରେ ବର୍ଷା ହେବାର ସମ୍ଭାବନା ରହିଛି, ତେଣୁ ଯଦି ଜଳବନ୍ଦୀ ସ୍ଥିତି ସୃଷ୍ଟିହୁଏ ତେବେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପର ବ୍ୟବହାର କରି ଜଳ ନିଷ୍କାସନ କରାଯିବ । ଚଳିତବର୍ଷ ରଥଯାତ୍ରାରେ ଅଗ୍ନିଶମ ପକ୍ଷରୁ ୫୦୧ ଜଣ ଅଗ୍ନିଶମ କର୍ମଚାରୀ, ୪୪ ଟି ବହୁମୁଖୀ ଯାନ, ୧୧ ଟି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ, ଅତ୍ୟାଧୁନିକ ଉଦ୍ଧାର ଯନ୍ତ୍ରାଂଶ ରଖାଯାଇଛି ।