ଆଦିବାସୀ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆଦିବାସୀ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡିରେ ଘଟିଛି ଏହି ଘଟଣା |ଟ୍ରାକ୍ଟର ବ୍ଯାଟେରୀ ଚୋରି ଅଭିଯୋଗରେ ସାହାଜ ବାହାଲ ଗ୍ରାମର ରାଜେଶ ମିର୍ଦ୍ଧାକୁ ଚିପିଲିମା ଫାଣ୍ଡିକୁ ଉଠାଇ ନେଇଥିଲା ପୋଲିସ ।  ସେଠାରେ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ଓ ସାଥି କର୍ମଚାରୀ ରାଜେଶଙ୍କୁ ନିର୍ଧୁମ ମାଡ ମାରି ରକ୍ତାକ୍ତ କରି ସାଦା କାଗଜରେ ଦସ୍ତଖତ ନେଇଥିଲେ | ଏହା ପରେ ଛାଡି ଦେଇଥିଲେ | ଫଳରେ ରାଜେଶଙ୍କ ମାଁ ସୁବାଷିନି ମିର୍ଦ୍ଧା ପୁଅର ଅବସ୍ଥା ଦେଖି ମେଡିକାଲରେ ଭର୍ତ୍ତି କରିଥିଲେ | ଏହା ପରେ ସୁବାଷିନି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି।