ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ : ଶାବଳରେ ପିଟି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ଶାବଳ ସାହାଯ୍ୟରେ ପିଟି ଯୁବକଙ୍କୁ ହତ୍ୟା । ତମାଣ୍ଡୋ ଥାନା ସିଭି ରମଣ କଲେଜ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ରାସ୍ତାକଡ଼ରେ ଥିବା ଏକ ଘରୁ ମୃତଦେହ ଜବତ କଲା ପୋଲିସ। ମୃତକଙ୍କ ନାଁ ସୁଶାନ୍ତ ଶତପଥୀ । ସେ ରୋଷେୟା ଭାବେ କାମ କରନ୍ତି । ସେହିଠାରେ ଭଡାରେ ରହୁଥିବା ଆଉ ଜଣେ ରାଜମିସ୍ତ୍ରୀ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ହତ୍ୟା କରିଛି । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ତମାଣ୍ଡୋ ଥାନା ପୋଲିସ। ତେବେ ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।