ନେଦରଲାଣ୍ଡସରେ ବିବାହ କଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ
![](https://nandighoshatv.com/wp-content/uploads/2024/06/ବିବାହ-କଲେ-ଅରୁଣ-1024x576.jpg)
ଆମଷ୍ଟରଡାମ: ନେଦରଲାଣ୍ଡସରେ ବିବାହ କଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ। ଇନଷ୍ଟାଗ୍ରାମରେ ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବାହାଘର ବେଳର ବିଭିନ୍ନ ଫଟୋ ଓ ଭିଡିଓ ମଧ୍ଯ ସେ ସେୟାର କରିଛନ୍ତି।
ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ । ଅରୁଣଙ୍କ ପତ୍ନୀଙ୍କ ନାଁ ନାଦିଆ। ନାଦିଆ ହେଉଛନ୍ତି ନେଦରଲାଣ୍ଡସର ନାଗରିକ। ନେଦରଲାଣ୍ଡସରେ ହିଁ ଅରୁଣ ଓ ନାଦିଆଙ୍କ ବାହାଘର ହୋଇଛି। ଅରୁଣ କିଛି ଦିନ ତଳେ ଭୁବନେଶ୍ବର ଆସିଥିଲେ। ଅନେକ ସମୟରେ ସେ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେଇଥାନ୍ତି। ବିଜୁ ପଟ୍ଟନାୟକଙ୍କ ନାତି ଭାବେ ଅରୁଣ ପଟ୍ଟନାୟକଙ୍କ ଅନେକ କ୍ରେଜ୍ ରହିଛି।