ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ, ୩ ଗିରଫ

ନୟାଗଡ଼: ରଣପୁର ପୋଲିସ କବଜାରେ ଡକାୟତ ଗ୍ଯାଙ୍ଗ । ୩ ଜଣ ଡକାୟଙ୍କୁ ଗିରଫ କରିବା ସହ ଏକ କାର ଓ ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଡକାୟତମାନେ କିଛିଦିନ ହେବ ରଣପୁର ପଞ୍ଚାୟତ ଘରୁ ଲୁଟ କରୁଥିଲେ ।

ଗତ ୩ ତାରିଖରେ ରଣପୁର ବ୍ଲକ କାଣ୍ଡପଡା ପଞ୍ଚାୟତ ଅଫିସ ଆଗରେ ଧଳା ରଙ୍ଗର କାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ସରପଞ୍ଚଙ୍କୁ ଖବର ଦେଇଥିଲେ ଲୋକ । ସରପଞ୍ଚ ପହଞ୍ଚିବା ପରେ ଡକାୟତମାନେ ତାଙ୍କୁ ଦେଖି ଦୌଡ଼ି ପଳାଇଥିଲେ । ଗ୍ରାମବାସୀ କାରକୁ ଜବତ କରି ରଣପୁର ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ କାର ଭିତରୁ ଦୁଇଟି ଏଲଇଡ଼ି ଟିଭି, ଗୋଟିଏ ବ୍ୟାଟେରୀ, ଗୋଟିଏ ଇନଭରଟର ଏବଂ ଗୋଟେ ବନ୍ଧୁକ ଜବତ କରିଥିଲା । ଡକାୟତମାନେ ଆଜି ଏକ ବଡ଼ ଧରଣର ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ଅଚାନକ ଚଢ଼ାଉ କରି ୩ ଜଣକୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟ ବଙ୍କା ଜିଲ୍ଲାର ରତନ କୁମାର, କଟକ ଜିଲ୍ଲା ରାମଚଣ୍ଡୀ ଗ୍ରାମର ଶଙ୍କର ସ୍ୱାଇଁ, ରତଗଡା ଗ୍ରାମର ଅଶୋକ ବାରିକ ।