ବୈଷ୍ଣୋ ଦେବୀ ଯାଉଥିବା ବସ ଉପରେ ଆକ୍ରମଣ, ୧୦ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୧୦ ଯାତ୍ରୀଙ୍କ ମୃତ୍ଯୁ ହୋଇଛି । ୩୩ ଜଣ ଗୁରୁତର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଗତ କିଛି ବର୍ଷ ପୂର୍ବେ ଅମରନାଥ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ଘଟଣାର ପୁନରାବୃତ୍ତି ହୋଇଛି  ।

ଲସ୍କରର ସହଯୋଗୀ ସଙ୍ଗଠନ ଏତେ ବଡ ଆକ୍ରମଣ କରିଥିବା ଜଣାପଡିଛି  । ୩ ରୁ ୪ ଜଣ ଆକ୍ରମଣକାରୀ କିଛି ଦିନ ପୂର୍ବରୁ ପାକିସ୍ତାନ ସୀମାପଟୁ ଭାରତରେ ପ୍ରବେଶ କରିଥିଲେ  । ଶିବ ଖେଡି ମନ୍ଦିରରୁ କଟାରାର ବୈଷ୍ଣୋ ଦେବୀ ମନ୍ଦିର ଯାଉଥିବା ପର୍ଯ୍ୟଟକ ବସ ଉପରେ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିମାଡ କରିଥିଲେ ।

ଡ୍ରାଇଭରକୁ ଗୁଳି ବାଜିବାରୁ ବସଟି ଖାଇ ଭିତରକୁ ଖସି ପଡିଥିଲା । ବସରେ ୪୫ରୁ ଅଧିକ ଯାତ୍ରୀ ଥିବା ସୂଚନା ରହିଛି । ଘଟଣା ସ୍ଥଳରେ ସେନା ଏବଂ ପୋଲିସ ପକ୍ଷରୁ ଉଦ୍ଧାରକାର୍ଯ୍ୟ କରାଯାଇଛି । ସମସ୍ତ ଆହତଙ୍କୁ ନିକଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।