ଅନୁଗୁଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଗଲା ଜୀବନ

1 min read

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।  ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନା ଅଁଳାବେରେଣି ଗାଁରେ ଘଟିଛି ଅଘଟଣ। ସକାଳେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ହଠାତ ବୃଦ୍ଧାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଆଶା ଦେହୁରୀ । ହାତୀ ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚିଥିବା ବେଳେ ସେମାନଙ୍କୁ ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ । ସେପଟେ କରଞ୍ଜିଆ ବନଖଣ୍ଡ ଛାଡ଼ିଲେ ୨୭ ଟିକିଆ ହାତୀପଲ। କେନ୍ଦୁଝରରୁ ଆସିଥିଲେ ପୁଣି କେନ୍ଦୁଝରକୁ ଚାଲିଗଲେ। ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳରୁ ଆସିଥିଲେ l

ଦିନ ତମାମ ଉତ୍ପାତ କଲେ। ରାଜରାସ୍ତା ଉପରେ ଠିଆ ହୋଇ ରହିଲେ, ଯାତାୟାତରେ ବାଧା ସୃଷ୍ଟି କଲେ। ରାତି ପ୍ରାୟ ଏଗାରଟା ସମୟରେ ବୈତରଣୀ ପାର ହୋଇ ଚମ୍ପୁଆ ବନlଞ୍ଚଳକୁ ଫେରିଗଲେ ୨୭ ଟିକିଆ ହାତୀପଲ। ତେବେ କାହାର କିଛି କ୍ଷୟ କ୍ଷତି କରିନାହାନ୍ତି ଏହି ହାତୀପଲ । କରଞ୍ଜିଆବାସୀଙ୍କୁ ହାତୀ ଭୟରୁ ଅlଶ୍ଵସ୍ତି ମିଳିଥିବା ବେଳେ ଏବେ ଚମ୍ପୁଆ ବନlଞ୍ଚଳ ବୈତରଣୀ ନଦୀ କୁଳରେ ରବି ଫସଲରେ ହୋଇଥିବା ଧାନ ଫସଲ ଖାଇବା ସହିତ ନଷ୍ଟ କରିବାର ସମ୍ଭାବନା ଅଧିକ ରହିଛି।