ସିକ୍ୟୁରିଟି ଗାର୍ଡଙ୍କୁ ଶ୍ରୀରାମ ମନ୍ଦିର ବୁଲାଇ ମନସ୍କାମନା ପୂରଣ କଲେ ୟୁଟ୍ୟୁବର

ନନ୍ଦିଘୋଷ ବ୍ୟୁରୋ : ଇଛା ଥିଲା ନିଜ ପୁଅ ସହ ଶ୍ରୀରାମ ମନ୍ଦିର ଯିବା କିନ୍ତୁ ଘରୁ ତଡ଼ି ଦେଲା ପୁଅ । ବୃଦ୍ଧ ସିକ୍ୟୁରିଟି ଗାର୍ଡଙ୍କ ଇଚ୍ଛାକୁ ପୂରଣ କରି ଏବେ ଚର୍ଚ୍ଚାରେ ସୋସିଆଲ ମିଡିଆ ଇନଫ୍ଲ୍ୟୁଏନସର ଅନୀଶ ଭଗତ । ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି ଅନୀଶଙ୍କ ଭିଡିଓ  । ଯାହାକୁ ଚାରିଆଡୁ ୟୁଜର୍ସଙ୍କ ପ୍ରଶଂସାର ସୁଅ ଛୁଟୁଛି ।

ଭିଡିଓଟିରେ ଅନୀଶ ନିଜ ସୋସାଇଟିର ସିକ୍ୟୁରିଟି ଗାର୍ଡ ‘ବ୍ୟାସ ଜୀ’ଙ୍କୁ ଦେଖାଇଛନ୍ତି । ଏବଂ ତାଙ୍କୁ ପଚାରିଛନ୍ତି କି ୬୫ ବର୍ଷ ବୟସରେ ବି ସେ କାହିଁକି କାମ କରୁଛନ୍ତି । ସେ ଉତ୍ତରରେ କହିଛନ୍ତି କି, ତାଙ୍କ ପୁଅ ତାଙ୍କୁ ଘରୁ ବାହାର କରିଦେଇଛନ୍ତି, ସେଥିପାଇଁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କାମ କରୁଛନ୍ତି । ଏହା ପରେ ତାଙ୍କୁ ପରିଛନ୍ତି କି ଯଦି ଗୋଟିଏ ଦିନ ପାଇଁ ସେ ଯଦି ତାଙ୍କୁ ନିଜ ପୁଅ ମାନନ୍ତି ତେବେ ତାଙ୍କର କେଉଁ ଇଚ୍ଛା ପୂରଣ କରିବାକୁ ଚାହାନ୍ତି  । ଏଥିରେ ସେ ଉତ୍ତର ଦେଇଥିଲେ କି, ନିଜ ପୁଅ ସହ ସେ ଅଯୋଧ୍ୟାର ଶ୍ରୀରାମଙ୍କ ମନ୍ଦିର ଯିବାକୁ ତାଙ୍କର ଇଚ୍ଛା ଥିଲା  ।

ବୃଦ୍ଧ ଗାର୍ଡଙ୍କ ଏହି ଇଚ୍ଛାକୁ ପୂରଣ କରାଇଛନ୍ତି ୟୁଟ୍ୟୁବର ଅନୀଶ ଭଗତ । ସେ ତାଙ୍କୁ ଟିକେଟ୍ ବୁକ୍ କରି ଅଯୋଧ୍ୟାରେ ଶ୍ରୀରାମଙ୍କ ଦର୍ଶନ କରାଇଛନ୍ତି । ଏହି ଭିଡିଓକୁ ସେ ନିଜ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହା ପରେ ଅନେକ ଲୋକ ଭିଡିଓ ଦେଖି ଭାବ ବିହ୍ୱଳ ହେବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।