ପରାଜୟ ପରେ ଦୁଃଖ ବଖାଣିଲେ କଂଗ୍ରେସର ଅଧୀର ରଞ୍ଜନ

ନୂଆଦିଲ୍ଲୀ : ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ବହରାମପୁର ସଂସଦୀୟ କ୍ଷେତ୍ରରେ ଫଳାଫଳ ଅତ୍ୟନ୍ତ ରୋଚକ ଥିଲା । ଯେଉଁଠି ଲଗାତାର ୫ଥର ସାଂସଦ ରହିଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ଗଡ଼ ଭାଙ୍ଗିଯାଇଛି। ତୃଣମୂଳ କଂଗ୍ରେସର ଷ୍ଟାର ନେତା ତଥା ପୂର୍ବତନ କ୍ରିକେଟର ୟୁସୁକ ପଠାନ ଅଧୀର ଚୌଧରୀଙ୍କୁ ୮୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଅଧୀରଙ୍କ ପରାଜୟ ଯୋଗୁଁ ବହରାମପୁରରୁ କଂଗ୍ରେସ ନିଜ ରାଜନୈତିକ ଅଧିକାର ହରାଇଛି , ଯାହା ରାଜ୍ୟରେ କଂଗ୍ରେସର ଅନ୍ତିମ ଗଡ଼ ଥିଲା  । ଏହି ପରାଜୟ ପରେ ଅଧୀର ଚୌଧୁରୀ ଅତ୍ୟନ୍ତ କ୍ରୋଧିତ ଏବଂ ଦୁଃଖିତ  ଅଛନ୍ତି । ତାଙ୍କ ରାଗ ଆଉ କାହା ଉପରେ ନୁହଁ ନିଜ ପାର୍ଟି କଂଗ୍ରେସ ଉପରେ ବୋଲି ସେ କହିଛନ୍ତି । ସେଥିପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଟାଗେର୍ଟ କରିଛନ୍ତି ।

ସେ କହିଛନ୍ତି, ସରକାର ସହ ଲଢିବା ପ୍ରୟାସରେ ମୁଁ ନିଜ ରୋଜଗାରର ପନ୍ଥାକୁ ଅଣଦେଖା କରିଦେଇଛି । ମୁଁ ନିଜକୁ ବିପିଏଲ୍ ସାଂସଦ ବୋଲି କୁହେ ଏବଂ ରାଜନୀତି ଛଡା ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଏଥିପାଇଁ ଆଗାମୀ ଦିନର ବଡ଼ ବଡ଼ ଅସୁବିଧା ଗୁଡିକୁ କିପରି ସାମ୍ନା କରିବି ତାହା ମଧ୍ୟ ମୋତେ ଜଣା ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ନିଜ ତରଫରୁ ଯଥା ସମ୍ଭବ ପ୍ରଚେଷ୍ଟା କରିଛି, କିନ୍ତୁ ସଫଳ ହୋଇ ପାରିଲି ନାହିଁ । ୫ଥର ଜିତିଲା ପରେ ବି ଏଥର ହାରିଗଲି । ଏଥର ଭାଜପାକୁ ଅଧିକ ଭୋଟ ମିଳିଛି । ପଶ୍ଚିମବଙ୍ଗରେ ଟିଏମସି ଏକ ଅଜବ ଅଭିଯାନ ଚଲାଇଥିଲେ ।  ସେ ବାହାର ଲୋକଙ୍କୁ ପ୍ରାର୍ଥୀ କଲେ, ସେଥିରେ ମୋର କୌଣସି ଆପତ୍ତି ନଥିଲା  । କିନ୍ତୁ ସେ ରାଜନୀତିକୁ ହିନ୍ଦୁ ବନାମ ମୁସଲମାନ କରିଥିବା ଅଧୀର ଅଭିଯୋଗ କରିଛନ୍ତି । ୟୁସୁକ ପଠାନ ନିଜ ପ୍ରଚାର ବେଳେ ସଂଖ୍ୟାଲଘୁ ମାନଙ୍କ ପାଖକୁ ଆସି କହୁଥିଲେ କି ‘ଭାଇ’ ଙ୍କୁ ଭୋଟ ଦିଅନ୍ତୁ ‘ଦାଦା’ଙ୍କୁ ନୁହେଁ । ତାଙ୍କ ଅନୁଯାୟୀ ଭାଇର ଅର୍ଥ ମୁସଲମାନ ଏବଂ ଦାଦାର ଅର୍ଥ ହିନ୍ଦୁ ଥିଲା ।

ଅନ୍ୟପକ୍ଷେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ବହରାମପୁରରେ ପ୍ରଚାର ପାଇଁ  ଦଳ କୌଣସି ବଡ଼ ନେତାଙ୍କୁ ପଠାଇ ନଥିଲେ , ଯାହା ଉପରେ ମୁଁ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ । ଯେତେବେଳ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ସୁର୍ସିଦାବାଦରୀରେ ପହଞ୍ଚିଥିଲା ସେତେବେଳେ ମୁଁ ଏଥିରେ ଭାଗ ନେଇଥିଲି । କିନ୍ତୁ ମଲ୍ଲିକାର୍ଜୁନ ଖଡ଼ଗେ ମାଲଦାରେ ପ୍ରଚାର କରିଥିଲେ କିନ୍ତୁ କେବେ ବି ବହରାମପୁର ଆସିଲେ ନାହିଁ ।