ଦିଲ୍ଲୀରେ ପାଣି ପାଇଁ ପୁଣି ହାହାକାର, ଟ୍ଯାଙ୍କରରୁ ପାଣି ନେବାକୁ ଧାଡ଼ି ଲଗାଇଛନ୍ତି ଶହ ଶହ ଜନତା

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ଜଳ ସଙ୍କଟ। ଓଖଲା ଅଞ୍ଚଳରେ ପାଣି ପାଇ ହାହାକାର। ଟ୍ଯାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ। ତେବେ ଗୋଟିଏ ଟ୍ଯାଙ୍କରକୁ ପାଣି ନେବାକୁ ଲୋକଙ୍କ ଭିଡ଼ ଲାଗିଛି । ଶହ ଶହ ସଂଖ୍ଯାରେ ଲୋକେ ଜମା ହୋଇଛନ୍ତି। ସପ୍ତାହେରୁ ଅଧିକ ସମୟ ହେଲାଣି ପାଣି ସମସ୍ଯାର ସମାଧାନ ହୋଇପାରିିିନି। ଅନେକ ଅଂଚଳରେ ଟ୍ଯାଙ୍କର ଯୋଗେ ପାଣି ଯୋଗାଉଛନ୍ତି ଦିଲ୍ଲୀ ସରକାର। ଟ୍ଯାଙ୍କର ଆସିବାରେ ବିଳମ୍ବ ହେବା ମଧ୍ୟ କହୁଛନ୍ତି ଲୋକେ। ପାଣି ପାଇପରେ ଆସୁଥନଥିବାରୁ ଲୋକେଙ୍କୁ ସମସ୍ଯାର ସମମୁଖୀନ ହେବାକୁ ପଡୁଛି। ପାଣିକୁ ନେଇ ମଧ୍ୟ ରାଜନୀତି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପାଣି ସଂଗ୍ରହ କରିବାକୁ ଅନେକ ଶ୍ରମିକ ଶ୍ରେଣୀର ଲୋକେ କାମ ପାଇଁ ବାହାରକୁ ଯାଇ ପାରୁନାହାନ୍ତି।

ନଜର ପକାନ୍ତୁ