ମହାରାଷ୍ଟ୍ର ଏନସିପିରେ ଗଡବଡ, ଅଜିତ ପାୱାର ଡାକିଥିବା ବୈଠକରେ ସାମିଲ ହେଲେନି ୫ ବିଧାୟକ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଏନସିପିରେ ସବୁକିଛି ଚାଲିନି ଠିକ୍। ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ଚାଲିଆସିଥିବା ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାରଙ୍କୁ ପାନେ ଦେବା ଲାଗି କୁଆଡେ ମେଳି ବାନ୍ଧିଲେଣି ଏନସିପି ଅଜିତ ପାୱାର ଗୋଷ୍ଠୀ ବିଧାୟକ। ବସିଥିବା ବିଧାୟକ ଦଳ ବୈଠକରେ ସାମିଲ ହେଲେନି ୫ ବିଧାୟକ। ସେହି ବିଧାୟକମାନେ ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହେଉଥିବା ସୂଚନା ମିଳିଛି।

୧୦ରୁ ୧୫ ବିଧାୟକ ଶରଦ ଗୋଷ୍ଠୀ ସହ ଯୋଗସୂତ୍ରରେ ଥିବା କୁହାଯାଉଛି। ଏକ ପଞ୍ଚତାରକା ହୋଟେଲରେ ଅଜିତ ପାୱାର ଏକ ବୈଠକ ଡାକିଥିଲେ। ମାତ୍ର ଲୋକସଭା ନିର୍ବାଚନ ନେଇ ଅସନ୍ତୁଷ୍ଟ ଥିବା ବିଧାୟକମାନେ ଏହି ବୈଠକରେ ସାମିଲ ହୋଇ ନଥିଲେ। ବୈଠକରେ ସାମିଲ ହୋଇ ନଥିବା ବିଧାୟକମାନେ ହେଉଛନ୍ତି ଧର୍ମାରାଓ ବାବା ଆତରାମ, ନରହରି ଜିରୱାଲ, ସୁନୀଲ ତିଙ୍ଗ୍ରେ, ରାଜେନ୍ଦ୍ର ସିଙ୍ଗାନେ ଓ ଆନ୍ନା ବାନସୋଦ। ବାରମତି ଆସନରେ ଅଜିତଙ୍କ ପତ୍ନୀ ସୁନେତ୍ରାଙ୍କ ପରାଜୟ ପରେ ଦଳରେ ବିଶୃଙ୍ଖଳା ଅଧିକ ହୋଇଛି। ଅଜିତ ପାୱାରଙ୍କ ଏନସିପି ୪ଟି ଆସନରେ ଲଢିଥିବାବେଳେ କେବଳ ରାଇଗଡ ଆସନ ହାତେଇଥିଲା।