ବିଜେପିକୁ ଫେରିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ

ନନ୍ଦିଘୋଷ ବ୍ୟୁରୋ: ବିଜେପିକୁ ଫେରିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ ବିଜେପିକୁ ଫେରିବା ନେଇ ସେ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି । ଏହି କଥା ନିର୍ବାଚନ ଆଗରୁ ମଧ୍ଯ ଘୋଷଣା କରିଥିଲେ ଯେ ବିଧାୟକ ଭାବେ ଜିତିଲେ ଦଳକୁ ଫେରିବେ । ଏଥର ନିର୍ବାଚନରେ ଧର୍ମଶାଳାରୁ ହିମାଂଶୁଙ୍କୁ ପ୍ରାର୍ଥୀ କରିନଥିଲା ବିଜେପି । ବିଦ୍ରୋହୀ ପ୍ରାର୍ଥୀ ଭାବେ ସେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଛନ୍ତି । ଜିତିବା ପରେ ସେ ପୁଣି ଥରେ ବିଜେପିକୁ ଫେରିଆସିଛନ୍ତି ।