ଅମୁଲ ପରେ ମହଙ୍ଗା ହେଲା ମଦର ଡାଏରୀ, ଲିଟର ପିଛା ୨ ଟଙ୍କା ବୃଦ୍ଧି

1 min read

ନୂଆଦିଲ୍ଲୀ : ଗ୍ରାହକଙ୍କୁ ପୁଣି ଝଟକା । ଅମୁଲ ପରେ ମଦର ଡାଏରୀ ହେଲା ମହଙ୍ଗା । ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ ଲିଟର ପିଛା କ୍ଷୀର ମୂଲ୍ୟରେ ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । ସୋମବାରରୁ ଏହି ନୂଆ ଦର ଲାଗୁ ହୋଇଛି ।

ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୮ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଟୋନଡ ଓ ଡବଲ ଟୋନଡ କ୍ଷୀର ଲିଟର ପିଛା ୫୬ ଓ ୫୦ ଟଙ୍କା ରହିଛି । ମଇଁଷି କ୍ଷୀର ଲିଟର ପିଛା ୭୨ ଓ ଗାଈ କ୍ଷୀର ଲିଟର ପିଛା ୫୮ ଟଙ୍କା ରହିଛି । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ ସାରା ଦେଶରେ ଆଜିଠାରୁ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । । ଶେଷଥର ପାଇଁ ଫେବୃଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ ।