ସକାଳ-ନନ୍ଦିଘୋଷ ଟିଭିର ମିଳିତ ସର୍ଭେ ରିପୋର୍ଟ, ନଜର ପକାନ୍ତୁ ତୃତୀୟ ପର୍ଯ୍ୟାୟ ସୁଦ୍ଧା କେତେ ଆସନ ହାତେଇବ ବିଜେଡି

1 min read

ନନ୍ଦିଘୋଷ ବ୍ୟୁରୋ: ମତଦାନ ସରିବା ପରେ ବୁଥ ବାହୁଡ଼ା ମତ ଉପରେ ରହିଛି ସମସ୍ତଙ୍କ ନଜର । ଶନିବାର ସରିଛି ନିର୍ବାଚନ । ତେବେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ କିଏ ସରକାର ଗଢ଼ିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଦୈନିକ ଖବର କାଗଜ ସକାଳ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଦ୍ବିତୀୟ ପର୍ଯ୍ୟାରେ ଅନୁଷ୍ଠିତ ହୋଇଥିବା ୫ ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୨ ଏବଂ ବିଜେଡିକୁ ୨ ଆସନ ମିଳିବ । ଗୋଟିଏ ଆସନରେ କଡ଼ା ଟକ୍କର ଦେଖିବାକୁ ମିଳିବ । ସେପଟେ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ୬ ଲୋକସଭା ଆସନରୁ ବିଜେଡି-୨, ବିଜେପି-୨ ଏବଂ ୨ଟି ଆସନରେ କଡ଼ା ଫାଇଟ୍ ଦେଖିବାକୁ ମିଳିବ । ସମ୍ବଲପୁର ଏବଂ ଦେବଗଡ଼ ଲୋକସଭା ଆସନରେ କଡ଼ା ଟକ୍କର ହେବ । ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି ୩୩ ଆସନ, ବିଜେପି-୩ ଆସନ ହାତେଇବ । ତେବେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୧୦୫ ଆସନରୁ ବିଜେଡି ୮୩, ବିଜେପି- ୮, କଂଗ୍ରେସ-୩ ଏବଂ ୧୧ ଆସନରେ କଡ଼ା ଟକ୍କର ହେବ ।