ବେଙ୍ଗାଲୁରୁରେ ପହଞ୍ଚିବା ପରେ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା ଗିରଫ

ବେଙ୍ଗାଲୁରୁ: ଅନେକ ମହିଳାଙ୍କ ସହ ଯୌନ ଉତ୍ପୀଡନ ମାମଲାର ଅଭିଯୁକ୍ତ ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ଜ୍ବଳ ରେବନ୍ନା ଗିରଫ  । ବେଙ୍ଗାଲୁରୁ ପହଞ୍ଚିବା କ୍ଷଣି ତାଙ୍କୁ ଗିରଫ କରାଯାଇଛି  ।ଜର୍ମାନୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରି ଏସଆଇଟି ଅଧିକ ପଚରାଉଚୁରା ପାଇଁ ସିଆଇଡି କାର୍ଯ୍ୟାଳୟ ଆଣିଛି  । ଏହା ପୂର୍ବରୁ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲା ସ୍ଥାନୀୟ କୋର୍ଟ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜୱାଲ ରେବନ୍ନାଙ୍କ ବିରୁଦ୍ଧରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ହୋଇଥିଲା । ନିଜ ନିର୍ବାଚନମଣ୍ଡଳୀରେ ଲୋକସଭା ନିର୍ବାଚନ ​​ଭୋଟ୍ ଦେବାର ଗୋଟିଏ ଦିନ ପରେ ପ୍ରଜ୍ବଲ ଏପ୍ରିଲ ୨୭ରେ ବିଦେଶ ପଳାଇଥିଲେ। ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ଏସଆଇଟି ପ୍ରଜ୍ବଲ ରେଭାନ୍ନାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବେ।