ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସାଂସଦ ଓ ବିଧାୟକ ପାଇଁ ମୋ ୪୬୦ ପ୍ରାର୍ଥୀ

ଭୁବନେଶ୍ୱର:  ଜୁନ ୧ ତାରିଖରେ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟ ଭୋଟିଂ ନେଇ ସିଇଓଙ୍କ ସୂଚନା ।  ୬ଟି ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା କ୍ଷେତ୍ରରେ ହେବ ନିର୍ବାଚନ।  ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର ୫୦.୮୮ ଲକ୍ଷ ଥିବାବେଳେ ମହିଳା ଭୋଟର ୪୮.୭୨ ଲକ୍ଷ ରହିଛନ୍ତି । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦% ଆଦର୍ଶ ବୁଥ ରହିଛି। ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି । ଚଳିତଥର  ଚତୁର୍ଥ ପର୍ଯ୍ୟାୟରେ ୩୯୪ ବିଧାନସଭା ପ୍ରାର୍ଥୀ, ୬୬ ଲୋକସଭା ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ସୁରକ୍ଷା ପାଇଁ ଭୋଟ କେନ୍ଦ୍ର ନିକଟରେ  ୧୨୫ କମ୍ପାନୀ CAPF  ମୃତୟନ ହୋଇଛନ୍ତି । ଯାଜପୁର ୨୦, ବାଲେଶ୍ୱର ୨୨, କେନ୍ଦ୍ରାପଡ଼ା ୧୮, ଭଦ୍ରକ ୧୬, ଜଗତସିଂହପୁର ୧୨, ମୟୂରଭଞ୍ଜ ୧୮, କଟକ ୧୨, ପୁରୀରେ ୭ କମ୍ପାନୀ CAPF ମୁତୟନ କରାଯାଇଛି ।  PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥକୁ ମୋବାଇଲ ମନା ରହିଛି । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । କେବଳ ପ୍ରିଜାଡିଙ୍ଗ ଅଫିସର ମୋବାଇଲ ନେଇପାରିବେ। ୨୦୧୯ରେ ଏହି ୬ ଟି ସଂସଦୀୟ କ୍ଷେତ୍ରରେ ୭୪%  ମତଦାନ ହାର ରହିଥିଲା | ବୋଲଗଡ଼ର ବୁଥ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।

 

ନଜର ପକାନ୍ତୁ