ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି : ସସ୍ମିତ ପାତ୍ର

1 min read

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସରିବା ପରେ ବିଜେଡିକୁ ସଂଖ୍ୟା ଗରିଷ୍ଠତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 9 ଜୁନରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ । ବିଜେପି ଭାରସାମ୍ୟ ହରାଇ ବସିଛି । ପୀତାମ୍ବର ଆଚାର୍ଯ୍ୟ ଗତକାଲି ପ୍ରେସମିଟରେ ଯେଉଁ ତଳସ୍ତର ଭାଷା ବ୍ୟବହାର କଲେ ତାହାର ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଇସିଆଇ ମାଧ୍ଯମରେ ବିଜେପି ସଫଳତା ପାଇଲା । ଏହା ପ୍ରମାଣ କରିଦେଉଛି ଯେ ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି । ବିଜେଡି ସହ ଲଢ଼ିବାର ସତ ସାହସ ନଥିରୁ IAS, IPSଙ୍କ ବିରୋଧରେ ବିଜେପି ଲାଗୁଛି । ସେମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲ ଦମନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ  ପାଇଁ OSD ବିନୟ ପ୍ରଧାନ ନିର୍ବାଚନରେ ପ୍ରଚାର କରିବା ନେଇ ଅଭିଯୋଗ କରିଥିଲା ବିଜେଡି । ହେଲେ କମିଶନ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । । ECIକୁ ବ୍ୟବହାର କରୁଛି ବିଜେପି । ସେମାନେ ହାରୁଛନ୍ତି ବୋଲି ହତାଶ । ବ୍ୟାକଡୋରରେ ଅଫିସରଙ୍କ ସହ କଣ ଲଢୁଛନ୍ତି ? ଧର୍ମେନ୍ଦ୍ର କି ଭାଷା ବ୍ୟବହାର କଲେ ଜଣେ ସାମ୍ବାଦିକଙ୍କ  ଉପରେ । ବିଜେଡି ଚତୁର୍ଥ ସ୍ତମ୍ଭ ସହ ଅଛି ଓ ଧର୍ମେନ୍ଦ୍ର କିଛି କରି ପାରିବେ ନାହିଁ ବୋଲି ଦମ୍ଭ ଦେଇଛି ବିଜେଡି ।