ପଥର ଖଣିରେ ଭୂସ୍ଖଳନ; ୧୦ ମୃତ, ଫସି ରହିଛନ୍ତି ବହୁ ଲୋକ
ଆଇଜଲ: ବାତ୍ୟା ରେମାଲ୍ ପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ମିଜୋରାମର ଆଇଜଲ ଜିଲ୍ଲାରେ ପଥର ଖଣିରେ ଭୂସ୍ଖଳନ ହୋଇଛି । ଯାହା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।
ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ ଚାଲିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅପରେସନ୍ ବାଧାପ୍ରାପ୍ତ ହେଉଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅନିଲ ଶୁକ୍ଲା କହିଛନ୍ତି।
ତେବେ ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖାଯାଇଥିବାବେଳେ ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଭୂସ୍ଖଳନ ଯୋଗୁଁ ଅନେକ ରାଜପଥ ଏବଂ ମୁଖ୍ୟ ରାସ୍ତା ମଧ୍ୟ ବ୍ୟାହତ ହୋଇଛି ବୋଲି ଅଧିକାରୀ କହିଛନ୍ତି। ହଣ୍ଟାର ସ୍ଥିତ ଜାତୀୟ ରାଜପଥ ୬ ରେ ଭୂସ୍ଖଳନ ହେତୁ ଆଇଜଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଭୂସ୍ଖଳନ ଯୋଗୁଁ ଅନେକ ରାଜପଥ ଏବଂ ମୁଖ୍ୟ ରାସ୍ତାରେ ମଧ୍ୟ ଚଳାଚଳ ବ୍ୟାହତ ହୋଇଛି।
ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲାଲଡୁହୋମା ଏକ ଜରୁରୀ ବୈଠକ ଡକାଇଛନ୍ତି । ଉଲ୍ଲେଖଯୋଗ୍ୟ, ବାଂଲାଦେଶ ଉପକୂଳରେ ବାତ୍ୟା ‘ରେମାଲ’ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଥିଲା । ଏହି ଘଟଣାରେ ଏଯାବତ୍ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।
ତେବେ ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ଓ ବାଂଲା ଉପକୂଳରେ ରଚିଥିଲା ତାଣ୍ଡବ । ଘଟଣାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି। ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ରେମାଲ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବା।