spot_img

Latest Posts

ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ରଣବୀର-ଆଲିଆଙ୍କ ‘ଗଲି ବୟ’

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଓ ରଣବୀର ସିଂହ ଅଭିନିତ ଫୁଲ୍ମ ‘ଗଲି ବୟ’ ଓସ୍କାର ଦୌଡ଼ରୁ ବାଦ୍‌ ପଡ଼ିଛି। ଭାରତ ପକ୍ଷରୁ ଏହାକୁ ୯୨ତମ ଏକାଡେମୀ ଆୱାର୍ଡ ପାଇଁ ପଠାଯାଇଥିଲା। ‘ଗଲି ବୟ’ର ଏଣ୍ଟ୍ରି ବେଷ୍ଟ୍ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ କାଟାଗୋରୀରେ କରାଯାଇଥିଲା।

ସୋମବାର ଏକାଡେମୀ ଅଫ୍‌ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସ ପକ୍ଷରୁ ୨୦୨୦ପାଇଁ ଯେଉଁ ୯ଟି କାଟାଗୋରୀରେ ସର୍ଟ ଲିଷ୍ଟେଡ ନୋମିନେଶନ କରାଯାଇଛି ସେଥିରେ ‘ଗଲି ବୟ’ବୁ ବାଦ୍‌ ଦିଆଯାଇଛି। ଏଥିରେ ୧୦ଟି ଚଳଚ୍ଚିତ୍ରକୁ ସ୍ଥାନ ଦିଆଯାଇଛି। ଜାନୁୟାରୀ ୩,୨୦୨୦ରେ ଏହାର ଚୁଡାନ୍ତ ତାଲିକା ପ୍ରକାଶ ପାଇବ ଓ ଫେବୃୟାରୀ ୯, ୨୦୨୦ରେ ହଲିଉଡ୍‌ର ଡଲବି ଥିଲଏଟରରେ ଏହି ପୁରସ୍କାର ପ୍ରଦାନ କରାଯିବ।

Latest Posts

Don't Miss