spot_img

Latest Posts

କାଚ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୮ଘଣ୍ଟା ପରେ ବି ଆୟତ୍ତ ହୋଇପାରିନି ନିଆଁ

ବାରିପଦା: କାଚଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ବାରିପଦା ମଞ୍ଚାବନ୍ଧା ସ୍ଥିତ ଏକ କାଚ କମ୍ପାନୀ “ଜୁହି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍‌” ରେ ଅଗ୍ନିକାଣ୍ଡ । ଦୀର୍ଘ ୮ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ଅଗ୍ନିଶମ ବିଭାଗ । ଏନେଇ ଅଗ୍ନିଶମ ବିଭାଗର ୩ଟି ଟିମ ନିୟୋଜିତ ଅଛନ୍ତି ।

 

ଗତକାଲି ରାତି ପ୍ରାୟ ଗୋଟେ ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ତେବେ ଏ ଯାଏଁ ନିଆଁ କୁ ଲିଭାଇବାରେ ସଫଳ ହୋଇପାରିନି ଅଗ୍ନିଶମ ବାହିନୀ । ବର୍ତ୍ତମାନ ସୁଦ୍ଧା କାଚ ଫ୍ୟାକ୍ଟ୍ରିରେ ଭିତରେ ଥିବା କାଚ ଗୋଦାମ୍‌ର ଭିତରେ ଥିବା ଲକ୍ଷାଧିକ ଟଙ୍କାର କାଚ ଓ ପେଟି ଜଳି ଜାଇଥିବା ସୂଚନା ମିଳିଛି । ନିଆଁ ଲାଗିବା ଫଳରେ କାଚ ବୋତଲ ଗୁଡିକ ଠୋ ଠୋ ହୋଇ ଫାଟିବାରୁ ଗୋଦାମ ଭିତରକୁ ପଶି ନିଆଁ କୁ ଆୟତ୍ତ କରିବା ଅସମ୍ଭବ ହେଉଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

କମ୍ପାନୀର ଗୋଦାମ ଭିତରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Latest Posts

Don't Miss