ଚେନ୍ନାଇର CISF କ୍ୟାମ୍ପରେ ଏମ.ଏସ୍ ଧୋନୀ, ଯବାନଙ୍କ ସହ କଲେ ଆଲୋଚନା
1 min readଚେନ୍ନାଇ: ଚେନ୍ନାଇର CISF କ୍ୟାମ୍ପରେ ପହଞ୍ଚିଛନ୍ତି ଏମ.ଏସ୍ ଧୋନୀ। ପ୍ରାୟ ସମସ୍ତେ ଜାଣିଥିବେ ମାହିଙ୍କୁ କ୍ରିକେଟ୍ ଜର୍ସି ଏବଂ ସେନା ୟୁନିଫର୍ମ ବହୁତ ପସନ୍ଦ। ସେଥିପାଇଁ ତ ଟିକିଏ ଫୁରସତ୍ ମିଳିଲେ ଯବାନଙ୍କ ସହ ସମୟ ବିତାଇବାକୁ ଭୁଲନ୍ତି ନାହିଁ।
ଆଇପିଏଲ୍ ୨୦୨୪ ମଧ୍ୟରେ ସାମାନ୍ୟ ବିରତି ପାଇବା ମାତ୍ରେ ଧୋନି ଚେନ୍ନାଇର ସିଆଇଏସ୍ଏଫ୍ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସେଠାରେ ସେ ଯବାନଙ୍କୁ ଭେଟି ତାଙ୍କ ସହିତ ଭାବ ବିନିମୟ କରିଥିଲେ। ଯାହାର ଏକ ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ଧୋନୀ ।
View this post on Instagram
ଏମଏସ ଧୋନି ନିଜେ ମଧ୍ୟ ଟେରିଟୋରିଆଲ ଆର୍ମିରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ। ସେ ଅନେକ ଥର ଭାରତୀୟ ସେନା ସହିତ ଡ୍ରିଲ ଏବଂ ଟ୍ରେନିଂ ମଧ୍ୟ କରିଛନ୍ତି । ତେବେ ଉକ୍ତ ଫଟୋରେ ଧୋନିଙ୍କ ସହ କିଛି ଅଧିକାରୀ ମଧ୍ୟ ବସିଥିବାର ନଜର ଆସିଛି। ଯଦିଓ ଧୋନି ସେନା ୟୁନିଫର୍ମ ପିନ୍ଧିନଥିଲେ ତଥାପି ସେ ପିନ୍ଧିଥିବା ସାର୍ଟର ଚିତ୍ରକୁ ଦେଖିଲେ ସିଆଇଏସଏଫ୍ ଯବାନଙ୍କ ୟୁନିଫର୍ମ ଭଳି ମନେ ହେବ ।