ମୁମ୍ବାଇ ଧୂଳିଝଡ଼ରେ ବିଜ୍ଞାପନ ହୋର୍ଡିଂ ଭାଙ୍ଗିବା ଘଟଣା; ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
1 min readମୁମ୍ବାଇ: ମୁମ୍ବାଇ ପୂର୍ବ ଘାଟକୋପର ଅଂଚଳରେ ବିଜ୍ଞାପନ ହୋର୍ଡିଂ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି। ପ୍ରବଳ ଧୂଳି ସହ ପବନରେ ଭାଙ୍ଗି ପଡ଼ିଥିଲା ଏହି ହୋର୍ଡିଂ। ସେତେବେଳେ ଏହି ହୋର୍ଡିଂ ନିକଟରେ ପ୍ରାୟ ୮୦ରୁ ଅଧିକ ଲୋକ ଥିଲେ। ଲୁହାରେ ନିର୍ମିତ ହୋର୍ଡିଂ ପଡିଯିବାରୁ ୧୪ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୭୪ ଜଣ ଆହତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ଦୁଇ ଜଣଙ୍କର ମୃତଦେହ ମିଳିଛି।
ବୁଧବାର ସକାଳେ ଉଦ୍ଧାର କାର୍ଯ୍ୟ ସମୟରେ ଘାଟକୋପରରେ ଘଟଣାସ୍ଥଳରେ ଏକ ଛୋଟ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଏନଡିଆରଏଫ୍ ଅଧିକାରୀ କହିଛନ୍ତି ଯେ, ଘଟଣାସ୍ଥଳରେ ନିୟୋଜିତ ଦମକାଳ ବାହିନୀ ନିଆଁକୁ ସଙ୍ଗେସଙ୍ଗେ ଆୟତ୍ତ କରିଦେଇଥିଲେ । ତେବେ ଘଟଣାର ୪୦ ଘଣ୍ଟା ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।
ଅଧିକ ପଢନ୍ତୁ- ଧୂଳିଝଡ଼ରେ ଭାଙ୍ଗିଲା ବିଜ୍ଞାପନ ହୋର୍ଡିଂ; ୧୪ ମୃତ ଓ ୭୪ ଆହତ