ପୁଣି ପ୍ରଶ୍ନ ପଚାରି ମନ ଜିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min readଭୁବନେଶ୍ୱର: ପ୍ରକୃତିପ୍ରେମୀ, କବିତା ପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ପ୍ରଶ୍ନ ପଚାରି ମନ ଜିଣିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ମନଲୋଭା ପରିବେଶର ଫଟୋ ଦେଇ ଟ୍ୱିଟରରେ ପ୍ରଶ୍ନ ପଚାରୁଥିବା ମୁଖ୍ୟମନ୍ତ୍ରୀ ପୁଣି କବିତାକୁ ନେଇ କୁଇଜ୍ କରିଛନ୍ତି । ‘ନୀଳ ପାରାବାର ଅଦୂରେ ଗାଏ ଅମର ଗୀତ, ଅମର ତରଙ୍ଗ ନର୍ତ୍ତନେ ବେଳା ହୁଏ ଧ୍ୱନିତ’ ପଂକ୍ତିକୁ ମୁଖ୍ୟମନ୍ତ୍ରୀ କୋଣାର୍କ ବେଳାଭୂମିର ଭିଡିଓ ସହ ପୋଷ୍ଟ କରି କବିଙ୍କ ନାମ ପଚାରିଥିଲେ ।
ଏଥିସହ ପଢ଼ନ୍ତୁ ଝଲସୁଛି ବେଳାଭୂମି, ପୁରୀ କୋଣାର୍କ ମେରିନ୍ ଡ୍ରାଇଭରେ ଆରମ୍ଭ ହେଲା ୪୯ ଦିନିଆ ଉତ୍ସବ
'ନୀଳ ପାରାବାର ଅଦୂରେ ଗାଏ ଅମର ଗୀତ,
ଅମର ତରଙ୍ଗ ନର୍ତ୍ତନେ ବେଳା ହୁଏ ଧ୍ୱନିତ'With sea on one side, starry skies above & historic town of Konark in backdrop, #EcoRetreat is an ethereal experience. Can you name the iconic poet whose poem immortalized its venue? Ans by 6PM #KnowYourOdisha pic.twitter.com/d5pek84aw1
— Naveen Patnaik (@Naveen_Odisha) December 15, 2019
ଆଉ ଏହାର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ପୂର୍ବଭଳି ରଖିଛନ୍ତି । ସନ୍ଧ୍ୟା ୬ଟାରେ ଟ୍ୱିଟ୍ କରି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କବିବର ରାଧାନାଥ ରାୟଙ୍କ ଏହି ଉଚ୍ଚକୋଟିର ସୃଜନ ସୃଷ୍ଟି ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଧାନାଥ ରାୟ ଓଡ଼ିଶାର ପ୍ରାକୃତିକ ଦୃଶ୍ୟରାଜିକୁ ନିଜ ରଚନାରେ ଖୁବ୍ ସୁନ୍ଦର ଭାବେ ଦର୍ଶାଉଥିଲେ ।
ବହୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟକୁ ରି ଟ୍ୱିଟ୍, ଲାଇକ୍ କରିବା ସହ ପ୍ରଶ୍ନର ଉତ୍ତର ରଖିଥିଲେ । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । କୋଣାର୍କ ବେଳାଭୂମିରେ ଇକୋ ରି-ଟ୍ରିଟ୍ ଉତ୍ସବ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ନିଶ୍ଚୟ ।
https://nandighoshatv.comodisha-cm-naveen-pattnaik-asks-question-to-guess-a-place/