ରଣେନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଷଡ଼ଯନ୍ତ୍ର,ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫେକ୍ ଫଟୋ

1 min read

ଭୁବନେଶ୍ୱର : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାଁରେ ଘୂରି ବୁଲୁଛି ଏକ ଫେକ୍ ଫଟୋ । ଏ ନେଇ ନିଜେ ରଣେନ୍ଦ୍ର ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଏହାସହ ସେ ଅରିଜିନାଲ ଫଟୋ ଅପଲୋଡ କରି ଭାଇରାଲକାରୀଙ୍କୁ ଦେଇଛନ୍ତି କଡ଼ା ଜବାବ । ଏଥିରେ ସେ ଗୋଟିଏ ସତ ଗୋଟିଏ ମିଛ ଦେଖାଇଛନ୍ତି । କୌଣସି ଦୁର୍ବୃତ୍ତ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଟୋ ଯୋଡି ମିଛରେ ରଣେନ୍ଦ୍ରଙ୍କୁ ଆଶୀର୍ବାଦ କରୁଥିବା ଦୃଶ୍ୟକୁ ଭାଇରାଲ କରିଥିଲା । ଯାହାର ଜବାବ ରଖିଛନ୍ତି ନିଜେ ରଣେନ୍ଦ୍ର ସ୍ବାଇଁ । ସତ ଫଟୋକୁ କାଢି ଏକ୍ସରେ ଅପଲୋଡ କରିଛନ୍ତି ।

 

ସତ ଫଟୋରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କଠାରୁ ସେ ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ବ୍ଯାକ ଗ୍ରାଉଣ୍ଡରୁ ଯାହା ଜଣାପଡୁଛି ଏହି ଫଟୋଟି ବିଧାନସଭା କରିଡରର ଫଟୋ । ଏହି ଫଟୋରେ ଥିବା ବ୍ଯକ୍ତିମାନଙ୍କ ମଧ୍ଯରୁ ଏହା ଭିତରେ ଜଣଙ୍କର ପରଲୋକ ହୋଇସାରିଛି । ତେବେ କୌଣସି ଦୁର୍ବୃତ୍ତ ଜାଣିଶୁଣି ଦାମଙ୍କ ବଦଳରେ ପାଣ୍ଡିଆନଙ୍କ ଫଟୋକୁ ମର୍ଫ କରି ଅପଲୋଡ କରିଛି । ମିଛ ଫଟୋକୁ ଭାଇରାଲ କରିଛି । ଏ ନେଇ ସମସ୍ତେ ସତର୍କ ହେବାକୁ ଚେତେଇ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହା ସହ ସେ ଇସିଆଇଙ୍କୁ ଟ୍ଯାଗ କରି ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଭାଇରାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।