ଅପହଞ୍ଚ ଅଞ୍ଚଳରେ ଦେବଦୂତ ସାଜିଲେ ସ୍ଵେଚ୍ଛାସେବୀ

1 min read

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଦଲଦଲି ସାହି ଲୋକଙ୍କ ଦୁଃଖ ହେଲା ଦୂର । ଗାଁରେ ଲୋକଙ୍କ ପାଇଁ ଦେବଦୂତ ସାଜିଲେ ସ୍ଵେଚ୍ଛାସେବୀ । ସ୍ବେଚ୍ଛାସେବୀମାନେ ନିଜ ଖର୍ଚ୍ଚରେ ଗାଁରେ ନିର୍ମାଣ କରିଛନ୍ତି ରାସ୍ତା । ଏଥିରେ ସହଯୋଗର ହାତ ବଢ଼ାଇଥିଲେ ସମାଜସେବୀ। ଏନେଇ ଅଞ୍ଚଳବାସୀ ଖୁସି ବ୍ଯକ୍ତ କରିଛନ୍ତି ।

ଅପହଞ୍ଚ ଅଞ୍ଚଳରେ ଦେବଦୂତ ସାଜିଲେ ସ୍ଵେଚ୍ଛାସେବୀ । ଏଣିକି ଗାଁକୁ ପଶିବ ଆମ୍ବୁଲାନ୍ସ । ଉପକୃତ ହେବେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକ କପଣ୍ଡ ଗାଁର ଦଲଦଲି ସାହି ଲୋକ । ଏଠାରେ ବାସ କରନ୍ତି ୨୫ରୁ ଅଧିକ ପରିବାର । ୩୦ ବର୍ଷରୁ ଅଧିକ ବର୍ଷ ହେବ ସ୍ଥାପିତ ଏହି ସାହିରେ ଭଲ ରାସ୍ତା ନଥିବାରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ଖଟିଆର ଆଶ୍ରା ନେବାକୁ ପଡୁଥିଲା । ଏହାକୁ ଦେଖି ଅଞ୍ଚଳର କିଛି ସ୍ଵେଚ୍ଛାସେବୀ ଯୁବକ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିଛନ୍ତି । ଏବେ ଏହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

ସ୍ଵେଚ୍ଛାସେବୀଙ୍କ ପକ୍ଷରୁ ଗାଁରେ ନିର୍ମାଣ ହୋଇଛି ରାସ୍ତା । ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ସମାଜସେବୀ ଭରତ ମହାନ୍ତି ଓ ତାଙ୍କ ସାଥି । ସମାଜସେବୀଙ୍କ ପକ୍ଷରୁ ରାସ୍ତାରେ ମାଟି ପକାଇ ଚଳପ୍ରଚଳ ଯୋଗ୍ଯ କରିବା ପରେ ଚିକିତ୍ସା ପାଇଁ ରୋଗୀଙ୍କୁ ମେଡିକାଲ ନେବାକୁ ଅସୁବିଧା ହେଉନାହିଁ ।