spot_img

Latest Posts

ଶୀତଦିନରେ କେଉଁ ଫଳରୁ ମିଳେ ପ୍ରଚୁର ଫାଇଦା ?

ଫଳ ଶରୀର ପାଇଁ ଖୁବ୍ ଲାଭଦାୟକ। ନିୟମିତ ଭାବେ ଫଳ ଖାଇବା ଦ୍ୱାରା ଦେହ ସୁସ୍ଥ ରହିଥାଏ । କିନ୍ତୁ ସିଜିନ ଅନୁସାରେ କେଉଁ ଫଳ କେଉଁ ସିଜନରେ ଖାଇବା ତାହା ଜାଣିବ ନିହାତି ଆବଶ୍ୟକ । ଆୟୁର୍ବେଦ ଅନୁଯାୟୀ ଶୀତଦିନେ ଖଟାଫଳ ଶରୀର ପାଇଁ ବେଶ୍‌ ଉପକାରୀ । ବିଶେଷ କରି ଲେମ୍ବୁ ଓ କମଳା ଖାଇବା ଭଲ। ଶୀତଦିନରେ ଏହାର ଚାହିଦା ମଧ୍ୟ ପ୍ରଚୁର । ଏହି ସମୟରେ ଏହାର ମୁଲ୍ୟ କମ୍ ମଧ୍ୟ ହୋଇଥାଏ । ପ୍ରତି ଦିନ ଏହାକୁ ଖାଇବା ଦ୍ୱାରା ଚର୍ମରେ ଶୁଶ୍କତା କମିଥାଏ ଏବଂ ତ୍ୱଚାରେ ଗ୍ଲୋ ବଢିଥାଏ ।

ଏଥିରେ ଥିବା ପେକ୍ଟିନ୍‌ ନାମକ ଏକ ପଦାର୍ଥର କ୍ୟାନସରକୁ ପ୍ରତିରୋଧ କରିବାର ଶକ୍ତି ରହିଛି। ଏହା ବ୍ୟତୀତ ଦିନରେ ୨–୩ ପ୍ରକାର ଫଳ ଖାଇଲେ କ୍ୟାନସର, ହୃଦ୍‌ଘାତ, ମଧୁମେହ ଓ ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟା ଦେଖାଯାଇ ନ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ପେକ୍ଟିନ୍‌ କ’ଣ: ଏହା ଏକ ପ୍ରକାର କାର୍ବୋହାଇଡ୍ରେଟ୍‌ ଯାହା କେତୋଟି ନିର୍ଦ୍ଦିଷ୍ଟ ଗଛରୁ ମିଳିଥାଏ। ହେଲେ ଏହା ଖଟା ଫଳରେ ପ୍ରଚୁର ପରିମାଣରେ ଥିବାରୁ ଏହାକୁ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନସରର ଭୟ ଦୂରେଇ ଯାଇଥାଏ।
ଖଟା ଫଳ ଖାଇଲେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ବୃଦ୍ଧି ପାଇଥାଏ। ଫଳରେ ବୟସ ବୃଦ୍ଧି ହେଲେ ଦେଖାଯାଉଥିବା ହାଡ ପୋରିଆ ବା ଅଷ୍ଟିଓପୋରୋସିସ୍‌ ସମସ୍ୟା ଅନେକାଂଶରେ ଦୂରେଇ ଯାଇଥାଏ। ବିଶେଷ କରି ଲେମ୍ବୁ, କମଳା ଓ ଅଙ୍ଗୁରରୁ ଏହି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।

Latest Posts

Don't Miss