spot_img

Latest Posts

ପାସପୋର୍ଟରେ ପଦ୍ମଫୁଲ ଚିହ୍ନକୁ ନେଇ MEAର ସ୍ପଷ୍ଟୀକରଣ, ନକଲି ରୋକିବାକୁ ନିଆଯାଉଛି ପଦକ୍ଷେପ

ନୂଆଦିଲ୍ଲୀ : ଏଣିକି ନୂଆ ପାସପୋର୍ଟରେ ରହିବ ପଦ୍ମଫୁଲ ଚିହ୍ନ। ଖବରଟି ପ୍ରଥମେ କେରଳର ଏକ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଗତକାଲି ଲୋକସଭାରେ କେରଳର କଂଗ୍ରେସ ସାଂସଦ ହୋହଲ୍ଲା କରିବା ପରେ ଆଜି ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ । କଂଗ୍ରେସ ସାଂସଦ ଅଭିଯୋଗ କରିଥିଲେ ଯେ,  କାହିଁକି ପାସପୋର୍ଟରେ ପଦ୍ମଫୁଲ ଚିହ୍ନ ରହିବ । ଏହାକୁ ନେଇ ରାଜନୀତି କରାଯାଉଛି । ଜାଣିଶୁଣି କେନ୍ଦ୍ରୀୟ ସଂସ୍ଥାନ ଓ ତତସଂଗଲ୍ନ କାର୍ଯ୍ୟରେ ରାଜନୀତିକ ଓ ସରକାରୀ ଦଳର ଚିହ୍ନ ବ୍ୟବହାର କରାଯାଉଛି ।

ବିଜେପିର ରାଜନୀତିକ ଚିହ୍ନ ପଦ୍ମ ହୋଇଥିବାରୁ ଦଳ ଏହାକୁ ରାଷ୍ଟ୍ରୀୟ ସଂସ୍ଥାନରେ ବ୍ୟବହାର କରିବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ମାତ୍ର ବିଜେପି ପକ୍ଷରୁ ଏହାକୁ ଖାରଜ୍ କରାଯାଇଥିଲା । କଂଗ୍ରେସର ଏମ.କେ ରାଘବନଙ୍କ ଆରୋପ ପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର । ଏମଇଏର ମୁଖପାତ୍ର କହିଛନ୍ତି ଯେ, ରାଷ୍ଟ୍ରୀୟ ଫୁଲ ହେଉଛି ପଦ୍ମ। ସୁରକ୍ଷା ଦୃଷ୍ଟିରୁ ଭାରତୀୟଙ୍କ ପାସପୋର୍ଟରେ ଏଭଳି ଚିହ୍ନ ରଖିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଦିନକୁ ଦିନ ଫେକ୍ ପାସପୋର୍ଟ ସାହାଯ୍ୟରେ ଦେଶକୁ ଅନୁପ୍ରବେଶ ସହ ଆତଙ୍କୀ କାର୍ଯ୍ୟକଳାପ ବଢ଼ୁଛି । ତେଣୁ ଏହାକୁ ରୋକିବାକୁ କେହେ ସୁରକ୍ଷା ବଢ଼ାଇବା ଦରକାର । ସୁରକ୍ଷା ପାଇଁ ପାସପୋର୍ଟରେ ଏଭଳି ନୂଆ ନୂଆ ସାଙ୍କେତିକ ଚିହ୍ନ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି ।

ଏହାଛଡ଼ା ନକଲି ପାସପୋର୍ଟ ଚିହ୍ନିବାରେ ଏହା ସହାୟକ ହେବ । ଏବେ ପାସପୋର୍ଟରେ ପଦ୍ମଫୁଲ ଚିହ୍ନ ପରେ, ଏହାକୁ ରୋଟେସନରେ ବଦଳାଇ ଅନ୍ୟ ରାଷ୍ଟ୍ରୀୟ ଚିହ୍ନ ମଧ୍ୟ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏବେ ଏହି ଚିହ୍ନ ପଦ୍ମ ଅଛି, ପୁଣି କିଛିମାସ ପରେ ଏହାସ୍ଥାନରେ ରାଷ୍ଟ୍ରୀୟ ପଶୁ କିମ୍ୱା ପକ୍ଷୀ ରଖାଯାଇପାରିବ । ତେବେ ପଦ୍ମ ଚିହ୍ନ କୌଣସି ଦଳକୁ ନେଇ ନୁହେଁ ବରଂ ରାଷ୍ଟ୍ରୀୟ ଫୁଲ ଭାବରେ ପାସପୋର୍ଟରେ ସ୍ଥାନୀତ ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ରବିଶ ।

Latest Posts

Don't Miss